ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଧୀନ କୁମାରବସ୍ତ ଠାରେ ଏକ ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରି ପୁଲିସ ଜଣେ ଅଭିଯୁକ୍ତଙ୍କୁ ଜବତ କରିବା ସହ ପଥର କାଟିବା ପାଇଁ ବ୍ୟବହୃତ ସାମଗ୍ରୀ ଓ ଟ୍ରକ ଜବତ କରିଛି। ଟାଉନ ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ସୂଚନାପାଇ ପୁଲିସ ଗତ ୧୮ ତାରିଖରେ ଉକ୍ତ ବେଆଇନ ଖଣିରେ ଚଢ଼ଉ କରିଥିଲା।

Advertisment

publive-image Sambad

ଖଣି ନିକଟରୁ ପଥର ଚାଲାଣ ପାଇଁ ବ୍ୟବହୃତ ହେଉଥିବା ମାଙ୍କଡ଼ା ପଥର ଭର୍ତ୍ତି ଟ୍ରକ୍ (ଓଆର୍ ୦୯ଇ ୯୫୩୩), ଦୁଇଟି ପାୱାର ଟିଲର, ପଥର କାଟିବା ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା। ଏନେଇ ୧୩୧/୨୦୨୨ରେ ଏକ ମାମଲା ରୁଜୁ କରିବା ସହ ଚନ୍ଦକା ଥାନା ଗଙ୍ଗପଡ଼ାର ଶ୍ରୀକାନ୍ତ କୁମାର ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।