ଭଂଜନଗର: ଗଂଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ବୋରଦା ନିକଟରେ ଏକ ମିନିଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛି। ଗୌଡ଼ଗୋଠରୁ ଝିଅ ଡାକରା ପାଇଁ ଗଜପତି ଜିଲ୍ଲା ମୋହୋନ ବ୍ଲକ୍ ଝରଣା ଗ୍ରାମକୁ ଯାଉଥିବା ବେଳେ ବରୋଦା ଗ୍ରାମ ନିକଟରେ ମିନି ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡିରେ ପ୍ରାୟ ୫୦ ରୁ ୬୦ ଜଣ ଲୋକ ଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। ଅନ୍ୟ ଆହତମାନେ ବଡ଼ଗଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଛି। ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଝିଅ ଡାକରା ପାଇଁ ଯାଉଥିବା ମିନି ଟ୍ରକ୍ ଓଲଟିଲା; ୧୩ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତରିତ
/sambad/media/post_attachments/wp-content/uploads/2021/04/097ff1d2-0905-401f-ab8a-d9fa24ccfa8b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)