ତୁଷୁରାରେ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ କଳାପତାକା ପଦର୍ଶନ

ତୁଷୁରା : ତୁଷୁରାରେ ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ତୁଷୁରା ଡାକ୍ତରଖାନାର ଉନ୍ନତି ଦାବି କରି ୟୁଥ ଏକ୍ସନ କମିଟିର ସଦସ୍ୟମାନେ କଳାପତାକା ପ୍ରଦର୍ଶନ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ତୁଷୁରା ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନ କରିବା ପର୍ଯ୍ୟନ୍ତ ସମସ୍ତ ରାଜନେତାଙ୍କୁ ଅଞ୍ଚଳରେ ପୁରାଇ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ମନ୍ତ୍ରୀ ଟୁକୁନୀ ସାହୁ ଆଜି ତୁଷୁରା ବାଟ ଦେଇ ଏକ କାର୍ଯ୍ୟକ୍ରମରେ ଗୁଡଭେଲା ଯାଇଥିଲେ । କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ତୁଷୁରା ଛକରେ ୟୁଥ ଏକ୍ସନ କମିଟିର ସଦସ୍ୟମାନେ କଳା ପତାକା ଦେଖାଇ ‘ଟୁକୁନୀ ସାହୁ ଫେରିଯାଅ’ ବୋଲି ସ୍ଲୋଗାନ ଦେଇଥିଲେ । ଏହି ଘଟଣାରେ ପୁଲିସ ପକ୍ଷରୁ ୪ଜଣଙ୍କୁ ତୁଷୁରା ଥାନାରେ ଅଟକ ରଖାଯାଇଛି । କିଛି ଦିନ ପୂର୍ବରୁ ମଧ୍ୟ ମନ୍ତ୍ରୀ ତୁଷୁରା ଆସିଥିବା ବେଳେ ଉକ୍ତ କମିଟି ପକ୍ଷରୁ କଳା ପତାକା ଦେଖାଇଥିଲା ।

ସମ୍ବନ୍ଧିତ ଖବର