ବିଦ୍ୟାଳୟ ବୁଲି ଶିକ୍ଷା ଭିତ୍ତିଭୂମି ଯାଞ୍ଚ କଲେ ଗଣଶିକ୍ଷା ମନ୍ତ୍ରୀ

ବାଲିପାଟଣା : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଅଚାନକ ବାଲିପାଟଣା ବ୍ଲକ ବିଦ୍ୟାଳୟ ଗସ୍ତରେ ଆସିଥିଲେ । ବିପିନି ବିହାରୀ ହାଇସ୍କୁଲ ଏବଂ ଆବସିକ ବିଦ୍ୟାଳୟ ବୁଲି ଶିକ୍ଷାର ଭିତ୍ତି ଭୁମି ଯାଞ୍ଚ କରିଛନ୍ତି । ସୂଚନାରୁ ପ୍ରାପ୍ତ , ଆଜି ଅପରାହ୍ନ ପ୍ରାୟ ସାଢେ ୧୨ ଟା ରେ ତୁରିନ୍ତିରା ପଞ୍ଚାୟତ ବିପିନି ବିହାରୀ ହାଇସ୍କୁଲରେ ମନ୍ତ୍ରୀ ଶ୍ରୀ ଦାଶ ପହଁଞ୍ଚିଥିଲେ । କୋଭିଡ଼ ଗାଇଡ଼ଲାଇନ ପାଳନ ପଚାରିବୁଝିଥିଲେ । ଦଶମ ଶ୍ରେଣୀ କ୍ଲାସ ରୁମକୁ ଯାଇ ପାଠପଢ଼ା ସମ୍ବନ୍ଧରେ ପଚାରିବା ସହିତ ପିଲାଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରି ଥିଲେ । ବିଦ୍ୟାଳୟ ଉପସ୍ଥାନ ଯାଞ୍ଚ କରିଥିଲେ ।

ମୋ ସରକାର ଯୋଜନାରେ ସ୍କୁଲ ପରିସରରେ ହେଉଥିବା ଷ୍ଟେଜ ଦେଖି ମନ୍ତ୍ରୀ ଖୁସି ହୋଇଥିଲେ । ଏହା ପରେ କୁରୁଞ୍ଜିପୁର ପଞ୍ଚାୟତ ଶୋଧୁଅ ସ୍ଥିତ ଆବସିକା ବିଦ୍ୟାଳୟକୁ ଯାଇଥିଲେ । ସ୍କୁଲର ଉପସ୍ଥାନ କମ ଦେଖି ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ । କ୍ଲାସ ରୁମକୁ ଯାଇଥିଲେ । ୬୦ ରୁ ୨୧ ପିଲା ସ୍କୁଲ ଆସିଥିବା ଦେଖି ମନ୍ତ୍ରୀ ଖପ୍ପା ହୋଇଥିଲେ । ପିଲାଙ୍କ ଘରକୁ ଯାଇ ଅଭିଭାବକଙ୍କ ସହିତ ଆଲୋଚନା କରି ସ୍କୁଲ ଆଣିବା ପାଇଁ ଶିକ୍ଷକଙ୍କୁ କହିଥିଲେ । ନଚେତ ଗାଁରେ ଗ୍ରୁପ ଗଢ଼ି ପାଠ ପଢ଼ାଇବା ପାଇଁ ନିର୍ଦେଶ ଦେଇଛନ୍ତି । ରବିବାର ସ୍କୁଲରେ ପାଠପଢା ହେଉଛି ନା ନାହିଁ ପିଲାଙ୍କ ଠାରୁ ପଚାରିଥିଲେ ।

ସମ୍ବନ୍ଧିତ ଖବର