ବିଦ୍ୟାଳୟକୁ ଯାଉଥିବା ବେଳେ ନକ୍ସଲମାନେ କରିଥିଲେ ଅପହରଣ, ଖସିଆସିଲେ ନାବାଳିକା

ରାଉରକେଲା: ଅଢ଼େଇ ବର୍ଷ ତଳେ ଅପହୃତ ନାବାଳିକା ଆଜି ନକ୍ସଲଙ୍କ ସଙ୍ଗଠନରୁ ଖସି ଆସିଛନ୍ତି। ସିଆରପିଏଫ୍‌ ଯବାନ ପୀଡିତାଙ୍କୁ ତାଙ୍କ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରିଛନ୍ତି। ସିଡବ୍ଲ୍ୟୁସି ପୀଡିତାଙ୍କୁ ଚାଇଲ୍‌ଡ ଲାଇନରେ ରଖିଛନ୍ତି। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପହୃତ ଘଟଣାରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ନକ୍ସଲ ଜୀବନ କାଣ୍ଡୁଲାନା ଓରଫ ଲମ୍ବୁ, ସୁରେଶ ମୁଣ୍ଡା, ସୁବାଷ ଓର ଲୋଦରୋ ଲୋହାର, ସୂର୍ଯ୍ୟ ସଏକୁ ଧରିବାକୁ ସିଆରପିଏଫ୍‌ ଯବାନ ଓ ସ୍ଥାନୀୟ ପୁଲିସ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛନ୍ତି।

ରାଉରକେଲା ବିଶ୍ରା ଥାନାରୁ ପ୍ରାୟ ଦେଢ଼ ଶହ କିଲୋମିଟର ଦୂର କରାଇକେଲା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତ ଅଢେଇ ବର୍ଷ ପୂର୍ବେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ସ୍କୁଲକୁ ଯାଉଥିଲେ। ନାବାଳିକାକୁ ଏକାକୀ ଦେଖି ନକ୍ସଲ ସଙ୍ଗଠନର ଜୀବନ ତାର ସହଯୋଗୀ ସୁବାଷ, ସୂର୍ଯ୍ୟ ଜୋରଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ପ୍ରତିବାଦ କରିବାରୁ ନକ୍ସଲମାନେ ନାବାଳିକାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ନାବାଳିକା ଭୟରେ କିଛି ଚୁପ୍‌ ରହିଥିଲେ। ପରେ ନକ୍ସଲମାନେ ନାବାଳିକାକୁ ସେଠାରୁ ଉଠାଇ ନେଇ ନକ୍ସଲ ସଙ୍ଗଠନର ସାମିଲ କରିଥିଲେ।

ପୀଡିତାଙ୍କ କହିବାନୁଯାୟୀ ନକ୍ସଲମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଯୌନ ଶୋଷଣ କରି ଚାଲିଥିଲେ। ପ୍ରତିରୋଧ କଲେ ମାଡପିଟ୍‌ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ। ଏମିତି ଅନେକ ନାବାଳିକାକୁ ଜୋରବରଦଦସ୍ତ ଉଠାଇ ନେଇ ନକ୍ସଲ ସଙ୍ଗଠନରେ ସାମିଲ କରାଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗତକାଲି ଜୀବନ ଓ ତାର ସହଯୋଗୀ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପାହାଡରେ କ୍ୟାମ୍ପ ଚଳାଇଥିବା ସୂଚନା ପାଇଁ ଯବାନମାନେ ଚଢାଉ କରିଥିଲେ। ଜୀବନ ଓ ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ପାଇପ୍‌ ଓ ଟିଫିନ୍‌ ବୋମା ସମେତ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା।

ସମ୍ବନ୍ଧିତ ଖବର