ଚିଲିଗୁଡ଼ା: ସାପ କାମୁଡ଼ାରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ହାବସପୁର ପଞ୍ଚାୟତ କରଚଳା ଗାଁର ହେମନ୍ତ ଗହୀରଙ୍କ ପୁଅ ଦେବେନ୍ଦ୍ର ଗହୀର (୬ବର୍ଷ)ର ମୃତ୍ୟୁ ଘଟିଛି। ଦେବେନ୍ଦ୍ର ତା’ ଅଜାଙ୍କ ଘରେ ଖେଳୁଥିବା ସମୟରେ ତାକୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।
ଏହା ଜାଣିବା ପରେ ପରିବାର ଲୋକେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ, ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)