ବୈପାରିଗୁଡା: ସାପ କାମୁଡ଼ାରେ ଚଉଦ ବର୍ଷ ବୟସର ଜଣେ ବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ମାଠପଡା ପଞ୍ଚାୟତ ଅନ୍ତର୍ଗତ ମୁଷାପଦର ଗ୍ରାମର ଗୁରୁନାଥ ପାଙ୍ଗିଙ୍କ ପୁଅ ରମେଶ ପାଙ୍ଗି ଗତରାତିରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ରାତି ସାଢ଼େ ତିନିଟା ସମୟରେ ରମେଶ ଶେଜରୁ ଉଠି ଯଂତ୍ରଣା ସମ୍ଭାଳି ନପାରି କାନ୍ଦିବାକୁ ଲାଗିଲା। ଘର ଲୋକେ କାଳେ ସାପ କାମୁଡ଼ି ଦେଇଥାଇ ପାରେ ବୋଲି ସଂଦେହ କରି ବୈପାରିଗୁଡା ଡାକ୍ତରଖାନାକୁ ଆଣିଥିଲେ।
ରମେଶର ଅବସ୍ଥା ଗୁରୁତର ଥିବାରୁ ଜୟପୁର ଜିଲ୍ଲା ହସପିଟାଲକୁ ପଠାଯାଇଥିଲା। ତେବେ ଜୟପୁର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସକାଳ ଛଅଟା ବେଳେ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ନିଜ ଗ୍ରାମ ମୁଷାପଦର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ପରିବାର ଲୋକମାନେ ସକାଳୁ ବିଛଣାରେ ବିଷାକ୍ତ ସାପ ରହିଥିବା ଦେଖିବାକୁ ପାଇଥିଲେ। ସାପଟିକୁ ଜୀବନରେ ନମାରି ଗୋଟିଏ ଡବା ଭିତରେ ବନ୍ଦୀ କରି ରଖିଥିବା ଜାଣିବାକୁ ମିଳିଛି। ଏଥିରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ଏଭଳି ଅନ୍ଧବିଶ୍ୱାସ ରହିଥିବା ପ୍ରତୀୟମାନ ହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dead-bbc-2.jpg)