ଭଉଣୀର ନଣନ୍ଦଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରି ନାବାଳକ ଅଟକ

ବାରିପଦା: ନିଜ ଭଉଣୀଙ୍କ ନଣନ୍ଦଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ଆଉ ପରେ ପୀଡ଼ିତା ଜଣଙ୍କ ଗର୍ଭବତୀ ହେବା ପରେ ବିବାହ ନକରିବାରୁ ଥାନାରେ ଅଟକ ରହିଛନ୍ତି ନାବାଳକ। ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଥିବା ଏହି ମାମଲାରେ ପ୍ରତାରଣା କରିଥିବା ଜଣେ ନାବାଳକ ହୋଇଥିବାବେଳେ ନଣନ୍ଦଙ୍କ ବୟସ ତାଙ୍କଠାରୁ ଅଧିକ ବୋଲି ଜଣାପଡ଼ିଛି। ନିଜ ଭଉଣୀ ଘରେ ଥିବା ବେଳେ ଏପରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର