ଯାଜପୁର: ଖେଳୁଥିବା ସମୟରେ କେନାଲରେ ବୁଡି ଶିଶୁ ପୁତ୍ର ମୃତ

ଯାଜପୁର: ସଦର ବ୍ଲକ୍‌ ଚଇନପୁର ପଞ୍ଚାୟତ ଗୋପାଳପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ସମୟରେ କେନାଲରେ ବୁଡି ଅଢେଇ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ପୁତ୍ରର ନାମ ଜଗନ୍ନାଥ ସୂତାରଙ୍କ ପୁଅ ସ୍ୱରୂପ ସୁତାର।

ସୂଚନା ଅନୁସାରେ ଆଜି ଅପରାହ୍ନରେ ନିଜ ଘର ଦେଇ ଯାଇଥିବା ଯାଜପୁର ମୁଖ୍ୟ କେନାଲ ନିକଟରେ ସ୍ୱରୂପ ଖେଳୁଥିଲା। ଖେଳିବା ସମୟରେ ହଠାତ୍‌ ସେ ଗଭୀର ପାଣିକୁ ଖସି ପଡିଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରି ମକେଇପୁର ଠାରୁ କେନାଲ ଜଳରୁ ଉଦ୍ଧାର କରିଥିଲେ। ପରେ ତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର