ଇଟାକାନ୍ଥ ପଡି ଶିଶୁ ସମେତ ନାବାଳକ ଗୁରୁତର

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ କଦଳିଆ ଗ୍ରାମରେ ରବିବାର ଅପରାହ୍ନରେ ପ୍ରଥମ ମହଲାରୁ ଇଟାକାନ୍ଥ ଗଳି ପଡିବାରୁ ଉକ୍ତ ଗ୍ରାମର ଜଣେ ୩ବର୍ଷର ଶିଶୁ ସମେତ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାଇ କଦଳିଆ ଗ୍ରାମର କୃପାସିନ୍ଧୁ ବେହେରାଙ୍କର ଘର ତିଆରି ଚାଲିଥିବାବେଳେ ତାଙ୍କ  ଆଦିତ୍ୟ ଆଜି ଛାତ ଉପରେ ନୂଆକରି ଦିଆଯାଇଥିବା ୫ଇଞ୍ଚର ଇଟାକାନ୍ଥ ଉପରେ ଡେରି ହୋଇ ଛିଡା ହୋଇଥିବାବେଳେ ହଠାତ୍‌ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଆଦିତ୍ୟ କାନ୍ଥ ସହିତ ଛାତ ତଳକୁ ଖସି ପଡିଥିଲା ଓ ସେ ଗୁରୁତର ଆହତ ହୋଇଥିଲେ। ଅନ୍ୟପଟେ ଠିକ ସେହି ସମୟରେ ଛାତ ତଳେ ଖେଳୁଥିବା ଉକ୍ତ ଗ୍ରାମର କୃପାସିନ୍ଧୁ ବିନ୍ଧାଣୀଙ୍କ ୩ବର୍ଷୀୟ ଶିଶୁପୁତ୍ର ତନବୀର ଉପରେ ଇଟାକାନ୍ଥ ପଡି ଯାଇଥିଲା। ଫଳରେ ତନବୀର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ସେ ଗୁରୁତର ହୋଇପଡ଼ିଥିଲା। ଉଭୟଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର