ଇବ୍ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବତଳଗା ଗ୍ରାମର ମୋତିରାମ ରୋହିଦାସ (୧୨)ଙ୍କ ବଜ୍ରପାତରେ ଗୁରବାର ରାତିରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରଥ ରୋହିଦାସ ଓ ତାଙ୍କ ପୁଅ ମୋତିରାମ ରୋହିଦାସ ମାଛ ଧରି ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାର କୂଳରେ ପହଞ୍ଚିଥିଲେ। ବଜ୍ରାପାତରେ ଉଭୟେ ଚେତାଶୂନ୍ୟ ହୋଇପଡ଼ିଥିଲେ। କିଛି ସମୟ ପରେ ରଥଙ୍କ ଚେତା ଫେରିଥିବା ବେଳେ ମୋତିରାମଙ୍କ ଚେତା ନ ଫେରି ନଥିଲା। ତାଙ୍କୁ ଟିଆର୍ଏଲ୍ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ପଞ୍ଚନାମା ପରେ ଶୁକ୍ରବାର ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯାଇଛି। ବନହରପାଲି ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି।
ବଜ୍ରପାତରେ ନାବାଳକ ମୃତ
/sambad/media/post_attachments/wp-content/uploads/2021/05/SJM-L-LIGHTNING-0817-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)