କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ ପାଟମୁଣ୍ଡା ପଞ୍ଚାୟତ ବଲଡିହି ଗ୍ରାମରେ ଏକ ଅଭାବନୀ ଘଟଣା ଘଟିଛି। ମା’ ଟଙ୍କା ନ ଦେବାରୁ ନାବାଳକ ପୁଅ ଆତ୍ମହତ୍ୟା କରିଛି। ମୃତକ ହେଲା ସଞ୍ଜୟ ନାଏକ (୧୭)।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ମା’ ଗୁଲ ନାଏକଙ୍କୁ ରାକ୍ଷୀ ପାଇଁ ୫୦ ଟଙ୍କା ମାଗିଥିଲା। ମା’ ପାଖରେ ଟଙ୍କା ନ ଥିବାରୁ ସେ ଦେବାକୁ ମନା କରିଥିଲେ। କିନ୍ତୁ କହିଲେ, ମହିଳା ଗୋଷ୍ଠୀ ବୈଠକ ପାଇଁ ଯାଉଛି। ସେଠାରୁ ଯଦି ଟଙ୍କା ମିଳିଲା ତାହେଲା ହେଲେ ଆସିକି ଦେବି । ମା’ ୬ ଘଟିକା ସମୟରେ ଘରକୁ ଫେରିଲା ବେଳକୁ ଯେତେବେଳେ କବାଟ ଖୋଲିଥିଲେ, ସେ ଦେଖିବାକୁ ପାଇଥିଲେ ଯେ, ପୁଅ ଗୋଟେ ଧୋତି ବେକରେ ଲଗାଇ ଘରକାଠରେ ଝୁଲି ପଡିଛି ।
ଏ ନେଇ ପଡୋଶୀ କୋଇଡା ଥାନାକୁ ଅବଗତ କରାଇଥିଲେ । କୋଇଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ସୂଚନାରୁ ପ୍ରକାଶ ଯେ ବହୁ ବର୍ଷ ପୂର୍ବେ ମୃତ ସଞ୍ଜୟଙ୍କ ବାପା ମୃତ୍ୟୁ ହୋଇଥିଲା ଏବଂ ଘରେ ବିଧବା ମା’ ସମେତ ଦୁଇ ଭଉଣୀ ରହୁଥିଲେ। ପୁଅ ଓ ମା’ଙ୍କ ମଧ୍ୟରେ ବହୁ ସମୟ କଥା କଟା କଟି ଲାଗି ରହିଥିଲା ।