ଗଛରେ ରଶି ଲଗାଇ ନାବାଳକର ଆତ୍ମହତ୍ୟା

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଅନ୍ତର୍ଗତ ସିଙ୍ଗଝର ପଞ୍ଚାୟତ ପେଣ୍ଡରେନ ଗ୍ରାମରେ ଜଣେ ନାବାଳକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ନାବାଳକ ଜଣକ ସେହି ଗ୍ରାମର ଦେବନାଥ ମାଝୀଙ୍କ ପୁଅ ମୀନକେତନ ମାଝୀ(୧୭) ବୋଲି ଜଣାପଡ଼ିଛି ।

ପ୍ରାପ୍ତ ସୂଚନା ଅନୁସାରେ ରବିବାର ଦିନ ମୀନକେତନ ବଳଦ ଚରାଇବା ପାଇଁ ବାହାରି ଯାଇଥିଲା। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲା। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କଲେ ,ହେଲେ ପାଇଲେ ନାହିଁ। ଆଜି ସକାଳୁ ନିକଟସ୍ଥ ନିଜ ଜମିରେ ଥିବା ଏକ ନିମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।

ସିନାପାଲି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏନେଇ ସିନାପାଲି ଥାନାରେ କେଶ ନଂ ୦୭/୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆହୁରି ତଦନ୍ତ ଚାଲିଥିବା ପୁଲିସ ଏସଆଇ ବବିତାରଣୀ ପୁହାଣ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର