ବସ୍‌କୁ ଧକ୍କା ଦେଲା ବାଇକ: ନାବାଳକ ମୃତ, ୨ ଗୁରୁତର

ରାଉରକେଲା: ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିଲେ ତିନି ବନ୍ଧୁ। କିନ୍ତୁ ଭାରସାମ୍ୟ ହରାଇ ରାସ୍ତାରେ ଛିଡ଼ା ହୋଇଥିବା ବସ୍‌କୁ ଧକ୍କା ଦେଲା। ଫଳରେ ବାଇକ ଚାଳକ ବିଶାଳ କିଶାନ(୧୭)ଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଆରୋହୀ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗତ ରବିବାର ସଂଧ୍ୟା ପ୍ରାୟ ୬ଟା। ବିଶାଳ ଏକ ବାଇକ୍‌ରେ ଅନ୍ୟ ଦୁଇ ବନ୍ଧୁଙ୍କ ସହ ବାହାରିଥିଲେ। ଏହି ସମୟରେ ଡିସ୍କୋ ଛକରେ ଯାତ୍ରୀମାନଙ୍କୁ ଓହ୍ଲାଇବା ପାଇଁ ଛିଡ଼ା ହୋଇଥିଲା ଏକ ବସ୍‌। ତେବେ ଦ୍ରୁତ ଗତିରେ ଆସୁଥିବା ତିନିବନ୍ଧୁ ବସ୍‌କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବିଶାଳଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧଶର କରିବାବସହ ଆହତ ଦ୍ବୟଙ୍କୁ ହସପିଟାଲକୁ ନେଇଥିଲା।

ସମ୍ବନ୍ଧିତ ଖବର