ବଜ୍ରପାତରେ ନାବାଳକ ମୃତ, ୩ ଆହତ

ଲାଞ୍ଜିଗଡ଼: ଆଜି ଅପରାହ୍ନ ଝଡତୋଫାନ ସହିତ ବଜ୍ରପାତ ଘଟିବାରୁ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁର ଜଣେ ନାବାଳକ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି । ସେହିପରି କନ୍ୟା ବିଦା କରିବାକୁ ଏହି ପଞ୍ଚାୟତର ଯୋଡାବନ୍ଧକୁ ଆସିଥିବା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ପାଲସିଝରନ ଗାଁର ତିନିଜଣ ବ୍ୟକ୍ତି ଏଥିରେ ଆହତ ହୋଇପଡିଥିବା ଜଣାପଡିଛି ।

ସୂଚନାନୁଯାୟୀ, ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ଗୋପୀନାଥପୁର ଗାଁର ଜଳନ୍ଧର ମାଝୀଙ୍କ ପୁଅ ଛାୟାକାନ୍ତ ମାଝୀ ଓରଫ ସଚିନ (୧୪) ଆଜି ଅପରାହ୍ନରେ ସାଢ଼େ ୨ଟା ସମୟରେ ନିକଟସ୍ଥ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ବିଶ୍ୱନାଥପୁର ମେଡ଼ିକାଲ ନେଇ ପରେ ଲାଞ୍ଜିଗଡ଼ ମେଡ଼ିକାଲକୁ ଆଣିଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘଟଣା କରିଥିଲେ। ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ଶବ ଉଦ୍ଧାର କରି ଥିବାବେଳେ ରାତି ହେବାରୁ ସକାଳେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି । ସେହିପରି ଯୋଡାବନ୍ଧକୁ କନ୍ୟା ଛାଡି ଆସିଥିବା ତିନିଜଣ ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।କିନ୍ତୁ ସାମାନ୍ୟ ଆହତ ଯୋଗୁଁ ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ନିଜ ଘରକୁ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର