ଉମରକୋଟ : ୱାଟର ହିଟରରେ ପାଣି ଗରମ ବେଳେ ବିଦ୍ୟୁତ ଆଘାତରେ ନାବାଳିକାର ମୃତ୍ୟୁ ଘଟିଛି। ନାବାଳିକା ଜଣକ ହେଲେ ଉମରକୋଟ କେନାଲ ସାହି ୮ ନଂ ୱାର୍ଡ଼ର ଜନଧର ହରିଜନଙ୍କ ଝିଅ ଝାନସୀ ହରିଜନ(୧୫)। ଝାନସୀ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ। ସୂଚନା ଅନୁଯାୟୀ, ସୋମବାର ସ୍କୁଲ ଖୋଲୁଥିବାରୁ ଗାଧୋଇବା ପାଇଁ ଝାନସୀ ୱାଟର ହିଟରରେ ପାଣି ଗରମ କରୁଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ତେବେ, ଝାନସୀଙ୍କ ଗାଧୁଆଘରେ ବିଳମ୍ବ ହେବା ଦେଖି ଝାନସୀଙ୍କ ବଡ଼ଭାଇ କବାଟ ଖୋଲି ଦେଖିଲା ବେଳକୁ ଝାନସୀ ଅଚେତ ଅବସ୍ଥାରେ ଗାଧୁଆ ଘରେ ତଳେ ପଡ଼ିରହିଥିଲେ ।
/sambad/media/post_attachments/wp-content/uploads/2022/02/WhatsApp-Image-2022-02-07-at-18.41.30.jpeg)
ଏହା ପରେ ସେ ଘର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ଝାନସୀକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ସେଠାରେ ଝାନସୀକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଉମରକୋଟ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ୩/୨୨ (କେସ ନମ୍ୱର) ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣା କୁ ନେଇ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-bbc-1.jpg)