ଦୁଷ୍କର୍ମ ଅଭିଯୋଗରେ ନାବାଳକ ଅଟକ

ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ଆମ୍ବଗଡ଼ିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକକୁ ପୁଲିସ ଅଟକ କରି ଅନୁଗୁଳ ବାଳସୁଧାର ଗୃହକୁ ପଠାଇଛି। କାଳିଆପାଣି ଥାନା ଅଞ୍ଚଳର ଜଣେ ମହିଳା କଳିଙ୍ଗନଗର ଜିନ୍ଦଲ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଆମ୍ବଗଡ଼ିଆ ଅଞ୍ଚଳରେ ରହୁଥିଲେ।

ସେ ଘରେ ନଥିବା ବେଳେ ତାଙ୍କ ୮ବର୍ଷର ନାବାଳିକା ଝିଅକୁ ତାଙ୍କ ଅଞ୍ଚଳର ଜଣେ୧୪ବର୍ଷର ନାବାଳକ ସାଇକେଲ ଶିଖାଇ ଦେବ କହି ନିକଟରେ ଥିବା ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ।

ଫଳରେ ପୁଲିସ ନାବାଳକକୁ ଅଟକ ରଖି ଉଭୟଙ୍କ ଡାକ୍ତରୀ ମାଇନା କରାଇବା ପରେ ଅଭିଯୁକ୍ତକୁ ଅନୁଗୁଳ ପଠାଇଥିଲେ। କେସ ନମ୍ବର ୭୧/୨୧ ଦଫା ୩୭୬ ଏଡି ଆକ୍ଟ ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର