ସୋର: କନ୍ୟାଶ୍ରମର ଜଣେ ନାବାଳିକା ସନ୍ଦେହଜନକ ମୃତ୍ୟୁ, ଅନ୍ୟ ଜଣେ ଗୁୁରୁତର

ସୋର: ଭଦ୍ରକ ଜିଲ୍ଲା ସୋର ଥାନା ଅନ୍ତର୍ଗତ ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମରେ ଘଟିଛିଏକ ଅଭାବନୀୟ ଘଟଣା। କନ୍ୟାଶ୍ରମରେ ଜଣେ ନାବାଳିକା ଅନ୍ତେବାସିନୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଅନ୍ତେବାସିନୀ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଘଟଣ ନେଇ କନ୍ୟାଶ୍ରମ କର୍ତ୍ତୃପକ୍ଷ କିଛି କହୁ ନ ଥିବା ବେଳେ ଏହାକୁ ନେଇ ଧୀରେ ଧୀରେ ଉତ୍ତେଜନା ପ୍ରକାଶ ପାଉଛି।
ମିଳିଥିବା ସୂଚନା ଅନୁଯାୟୀ, କମାରପୁର ଗାଁର ଲାଲ ହାସଁଦାଙ୍କ ଝିଅ ହେମାଜନୀ ହାସଁଦା(୧୪ ବର୍ଷ) ସୋର ଥାନା ଅନ୍ତର୍ଗତ ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମରେ ରହୁଥିଲେ। ତେବେ ଗତକାଲିି ରାତିରେ ହେମାଜନୀଙ୍କର ସନ୍ଦେଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଅନ୍ତେବାସିନୀ ଗୁରୁତର ଭଗାବେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏ ନେଇ ସୂଚନା ପିଇବା ପରେ ସୋର ତହସିଲଦାର ଦେବୀପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିିତିରେ ଓ କିପରି ହେମାଜନୀଙ୍କର ମୃତ୍ୟୁ ଘଟିଲା ତାହା ତଦନ୍ତ ପରିସରଭୁକ୍ତ ରହିଛି ବୋଲି ତହସିଲଦାର ଶ୍ରୀ ଦାସ କହିଛନ୍ତି। ତେବେ ହେମାଜନୀଙ୍କ ମୃତ୍ୟୁ ଓ ଅନ୍ୟ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଘଟଣା ନେଇ ସାଧାରଣରେ କନ୍ୟାଶ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର