ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୁକୁଡ଼ାତାଲ ଗ୍ରାମରେ ଆଜି କୂଅରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁସାରେ ଧରମବନ୍ଧା ଥାନା କୁକୁଟାତାଲ ଗ୍ରାମର ରିତେଶ ମାଝୀ(୧୨) ଆଜି ସକାଳେ ଘରେ କେହି ନଥିବା ବେଳେ ଘର ପାଖରେ ଥିବା ଏକ କୂଅ ପାଖକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପଡ଼ିଯାଇଥିବା ଜଣାପଡ଼ିଛି। ଘର ଲୋକ ଫେରିବା ପରେ ରିତେଶ ଘରେ ନଥିବା ଦେଖି ଦେଖି ଖୋଜାଖୋଜି କରିଥିଲେ।
ପରେ ପାଖରେ ଥିବା କୂଅରେ ରି​ତେଶଙ୍କ ମୃତଦେହ ଭାସୁଥିବା ଦେଖି ରିତେଶଙ୍କ ମାମୁ ଦିମା ମାଝୀ ଧରମବନ୍ଧା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିବା ସହ ନୂଆପଡ଼ା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଏ ନେଇ ଧରମବନ୍ଧା ଥାନାରେ ଏକ ମାମଲା ରୁଜୁ ହୋଇଥିବା ମୃତ ନାବାଳକ ମୂକ ବୋଲି ଧରମବନ୍ଧା ଥାନା ଅଧିକାରୀ ବିନୋଦ ସେଠୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/17.jpg)