ସାପ କାମୁଡ଼ାରେ ନାବାଳିକା ମୃତ

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନାଭେଟା ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ବୁଧବାର ଗ୍ରାମର ଇନ୍ଦ୍ରମଣି ସାହୁଙ୍କ ନାବାଳିକା ଝିଅ କାଞ୍ଚନ ସାହୁ(୧୧) ମାଠିଆରୁ ଗ୍ଲାସ୍‌ରେ ପାଣି କାଢ଼ୁଥିବାବେଳେ ତାଙ୍କ ହାତକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସେ ଏ ସଂପର୍କରେ କିଛି ଜାଣି ପାରି ନଥିଲେ। ବିଳମ୍ବରେ ତାଙ୍କ ପରିବାର ଏହା ଜାଣିବା ପରେ ସାପକୁ ଏକ ଡବାରେ ଘୋଡ଼ାଇ ରଖିବା ସହିତ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ନିଆଯିବା ବାଟରେ ମୃତ୍ୟୁ ହୋଇଥିଲା। ଖବର ପାଇ ବଣାଇ ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ମୃତ୍ୟୁ ଘଟଣାରେ କେନାଭେଟାର ପୂର୍ବତନ ସରପଞ୍ଚ ଋଷିଶେଖର କିସାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର