ମାଲକାନଗିରି: ରାସ୍ତାକଡ଼ରୁ ମୁମୁର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ରାସ୍ତାକଡ଼ରୁ ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ସିଙ୍ଗଲବାଞ୍ଚା ରାସ୍ତା କଡ଼ରେ ନାବାଳିକା ଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା କେତେକ ଗ୍ରାମବାସୀ ଦେଖି ମାଥିଲି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ ଜଣେ ୧୩/୧୪ ବଷର ନାବାଳିକାଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ସିଙ୍ଗଳବାଞ୍ଚା ରାସ୍ତା କଡ଼ରେ ପଡ଼ିଥିବା ନେଇ କେହି ଜଣେ ମାଥିଲ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି। ରାସ୍ତାକଡ଼ରେ ଜଣେ ନାବାଳିକା ପଡ଼ିଥିବା ସୂଚନା ପାଇ ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ମଧ୍ୟ କେହି ତାଙ୍କୁ ଚିହ୍ନି ନାହାଁନ୍ତି। ତେଣୁ ଏହି ଅଜଣା ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥାଇ ପାରନ୍ତି ବୋଳି ପୁଲିସ ସନ୍ଦେହ କରୁଛି। ତେବେ ବର୍ତ୍ତମାନ ସୁଦ୍ଧା ନାବାଳିକାଙ୍କର ସଜ୍ଞା ଫେରି ନ ଥିବାରୁ ସେ କିଛି କହି ପାରି ନାହାଁନ୍ତି। ସମ୍ପୃକ୍ତ ନାବାଳିକା କେଉଁ ପରିସ୍ଥିତିରେ ସେଠାକୁ ଆସିଲେ, କିଏ ଆଣି ଫିଙ୍ଗି ଦେଇଥିଲେ, ତାଙ୍କ ସହିତ ଦୁଷ୍କର୍ମ ହୋଇଛି କିମ୍ବା ନାହିଁ ତାହା ନାବାଳିକାଙ୍କ ଚେତା ଫେରିବା ପରେ ଜଣାପଡ଼ିବ ବୋଲିି ପୁଲିସ କହିଛି।

ସମ୍ବନ୍ଧିତ ଖବର