ପୁଣି ବର୍ଦିରେ ଲାଗିଲା କଳାଦାଗ ! ନାବାଳିକା ଆଣିଲେ ଜଘନ୍ୟ ଅଭିଯୋଗ, ୪ ଜଣ ପୁଲିସ କରିଥିଲେ ୮ଦିନ ଧରି ଦୁଷ୍କର୍ମ

ଝାରସୁଗୁଡ଼ା : ଝାଡଖଣ୍ଡର ଜଣେ ନାବାଳିକାକୁ ଝାରସୁଗୁଡ଼ାର ଏକ ହୋଟେଲରେ ଚାରି ଜଣ ପୁଲିସ୍‌ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ନେଇ ଜଘନ୍ୟ ଅଭିଯୋଗ ହୋଇଛି। ୧୫ ବର୍ଷୀୟା ନାବାଳିକା ଜାମସେଦପୁର ଟେଲକୋ ଥାନାରେ ଏଭଳି ବିଷ୍ଫୋରକ ବୟାନ ଦେବା ପରେ ଝାରସୁଗୁଡ଼ା  ପୁଲିସ ମହଲରେ ହଇଚଇ ସୃଷ୍ଟି କରିଛି।

ଜାମସେଦପୁର ଟେଲକୋ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଝାରସୁଗୁଡ଼ାର ଏକ ହୋଟେଲରେ ଉକ୍ତ ନାବାଳିକାକୁ ଦୀର୍ଘ ୮ ଦିନ ଧରି ୪ ପୁଲିସ କର୍ମଚାରୀ ଦୁଷ୍କର୍ମ  କରିଛନ୍ତି । ପୀଡ଼ିତା ଝାରସୁଗୁଡ଼ା ଆସିଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏଥିସହ ପୀଡ଼ିତାକୁ ତାର ବଡ଼ ଭଉଣୀ ଓ ଭିଣୋଇ ଦେହ ବ୍ୟବସାୟରେ ଜବରଦସ୍ତ ଲିପ୍ତ କରୁଥିବା ନେଇ ମଧ୍ୟ ନାବାଳିକା ଅଭିଯୋଗ କରିଛି।  ଟେଲକୋ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଜାମସେଦପୁର ଏସପି ଅନୁପ ବିଥରେ କହିଛନ୍ତି, ଝାରସୁଗୁଡ଼ାରେ ପୁଲିସ୍‌ କର୍ମଚାରୀ  ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା କହିଛନ୍ତି। ଉକ୍ତ ନାବାଳିକା ପୁଲିସ କମର୍ଚାରୀମାନଙ୍କୁ ଦେଖିଲେ ଚିହ୍ନି ପାରିବ ବୋଲି ବି କହିଛନ୍ତି। ସେ ଯେଉଁ ଯେଉଁ ସ୍ଥାନ କଥା କହିଛନ୍ତି, ସେହି ସବୁ ସ୍ଥାନକୁ ଚିହ୍ନଟ କରାଯାଇ ତଦନ୍ତ କରାଯିବ। ତାଙ୍କ ବୟାନ କୋର୍ଟରେ ଦାଖଲ କରାଯିବ। ତାଙ୍କର ଡାକ୍ତରୀମାଇନା ବି କରାଯିବ।

Times Now

ଅନ୍ୟପଟେ ଝାରସୁଗୁଡ଼ା ଏସପି ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ ଝାରସୁଗୁଡ଼ା ପୁଲିସର ୪ ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ହୋଇ ନାହିଁ। ତେବେ ମଇ ୭ତାରିଖରେ ସଂପୃକ୍ତ ନାବାଳିକାଙ୍କୁ ଝାଡ଼ଖଣ୍ଡର ବାଗବେଡ଼ା ପୁଲିସ୍‌ ଉଦ୍ଧାର କରିଥିଲା। ତାଙ୍କୁ ପୂର୍ବ ସିଂହଭୂମ ଜିଲ୍ଲାର ବାଲ୍‌ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର