ମାଲକାନଗିରି: କାଲିମେଳା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ରାତି ୧୧ଟା ବେଳେ ଘରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଇଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଟକ ରଖି ପଚରାଉଚରା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜଣେ ନାବାଳିକାଙ୍କ ମା କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି ଯେ ଝିଅଟିର ବାପାମାଆ ବାହାରେ ଥିବା ବେଳେ ଘରେ ଏକୁଟିଆ ୧୫ ବର୍ଷୀୟ ନାବାଳିକା ଜଣକ ଥିଲେ। ରାତି ପ୍ରାୟ ୧୧ଟା ବେଳେ କଡେଇଲ୍ମାଟା ଗାଁର ସମା ମାଡ଼କାମୀ ଓ ବୁଦୁରା ମାଡ଼କାମୀ ଘରେ ପଶି ତାଙ୍କ ନାବାଳିକା ଝିଅକୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ କାଲିମେଳା ଥାନା ପୁଲିସ ଦଫା ୩୭୬,୪୫୭,୩୬୩ ଓ ୬ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଥାନାରେ ଅଟକ ରଖ ପଚରା ଉଚରା କରୁଛି। ସମ୍ପୃକ୍ତ ନାବାଳିକାଙ୍କର ଡାକ୍ତରି ମାଇନା କରାଯାଇଥିବା ପୁଲିସ କହିଛି।
ମାଲକାନଗିରି: ନାବାଳିକାଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ
/sambad/media/post_attachments/wp-content/uploads/2018/08/malkangiri-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)