ବାପା ମୋବାଇଲ ନଦେବାରୁ ସାଇଫନକୁ ଡେଇଁ ପଡ଼ିଲେ ନାବାଳିକା

ବାଲିଅନ୍ତା:ବାପା ମୋବାଇଲ ଫୋନ ଦେଲେ ନାହିଁ ବୋଲି ଆଜି ସକାଳେ ଜଣେ ନାବାଳିକା ସାଇଫନ ମୁହଁକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ହୋଇଛି ।

ନାବାଳିକା ଜଣକ ହଠାତ ପାଣିକୁ ଡେଇଁବା ଦେଖି ସେଠାରେ ଉପସ୍ଥିତ ଥିବା କିଛି ଲୋକ ତତକ୍ଷଣାତ ପାଣିକୁ ଡେଇଁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ବାଳକାଟି ଫାଣ୍ଡି ଅଧୀନ ଭାର୍ଗବୀ ନଦୀର ସାଇଫନ ଛକ ନିକଟରେ ଘଟିଥିବା ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ନାବାଳିକାଙ୍କୁ ଥାନାକୁ ନେଇ ବାପାଙ୍କୁ ଡକାଇ ଜିମା ଦେଇଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନାନୁଯାୟୀ ବାଳକାଟି ଫାଣ୍ଡି ଅଞ୍ଚଳରେ ବାଲିପାଟଣା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ରହୁଛନ୍ତି । ସେ ପ୍ରତ୍ନତ୍ତତ୍ବ ବିଭାଗରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ଚାକିରିରୁ ଛଟେଇ ହୋଇ ଏଠାରେ ତାଙ୍କ ପତ୍ନୀ ଓ ଝିଅ ସହ ରହୁଛନ୍ତି। ତାଙ୍କର ଏକମାତ୍ର ଝିଅ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପାଠ ପଢ଼ନ୍ତି । ମୋବାଇଲ ଫୋନକୁ ନେଇ ଆଜି ଘରେ ଝଗଡ଼ା ହୋଇଥିଲା । ତାଙ୍କ ବାପା ନାବାଳିକାଙ୍କ ହାତରୁ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ ।

ଆଉ କଥା ହେବା ପାଇଁ ବାରଣ କରିଥିଲେ । ଆଉ ଏଥିରେ ରାଗିଯାଇ ଆଜି ସକାଳେ ନାବାଳିକା ଜଣକ ଘରୁ ନିଖୋଜ ହୋଇ ଯାଇଥିଲେ । ବାପା ମା’ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କିଛି ପତ୍ତା ମିଳି ନଥିଲା । ଘରେ କାହାକୁ କିଛି ନକହି ସେ ଚାଲି ଚାଲି ବାଳକାଟି ସାଇଫନ ଅଭିମୁଖେ ପଳାଇ ଯାଇଥିଲେ ।

ଆଉ ଉପରେ ଚପଲ ଥୋଇ ପୁରୀ ମୁଖ୍ୟ କେନାଲ ସଂଲଗ୍ନ ଭାର୍ଗବୀ ସାଇଫନ ମୁହଁକୁ ଡେଇଁ ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ଗାଡ଼ି କର୍ମଚାରୀ ସଙ୍ଗେ ସଙ୍ଗେ ପାଣିକୁ ଡେଇଁ ପଡ଼ି ଉଦ୍ଧାର କରିଥିଲେ ।

ଖବର ପାଇ ଫାଣ୍ଡି ପୁଲିସ ନାବାଳିକାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ଫାଣ୍ଡିକୁ ନେଇଥିଲେ । ଏପଟେ ନାବାଳିକାଙ୍କ ବାପା ମା’ ପହଞ୍ଚିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ ।

ସମ୍ବନ୍ଧିତ ଖବର