କେନ୍ଦୁଝର: ୧୦ଜଣଙ୍କ ଦ୍ୱାରା ନାବାଳିକା ଗଣଦୁଷ୍କର୍ମର ଶିକାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅଞ୍ଚଳରେ ଗତକାଲି ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ଟିସ୍କୋ ମେଡିକାଲରରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ୭ଜଣଙ୍କୁ ଯୋଡା ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Times Now

ସୂଚନାଯୋଗ୍ୟ, ଗତକାଲି ରାତିରେ ପୀଡିତା ତାଙ୍କ ଜଣେ ସମ୍ପର୍କୀୟଙ୍କ ସହ ଯୋଡ଼ା ଥାନା ଅଧୀନସ୍ଥ ଆଜାଦବସ୍ତି ନିକଟରେ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଫେରୁଥିବା ୧୦ଜଣ ପିଲା ନାବାଳିକାକୁ ଲକ୍ଷ୍ମୀପଡ଼ିଆସ୍ଥିତ ବିଲ୍‌କୁ ଉଠାଇ ନେଇଥିଲେ। ରାତି ଅଧିକ ହୋଇଯାଇଥିବାରୁ ଏହି ଘଟଣା ବିଷୟରେ କେହି ଟେର୍‌ ପାଇ ନଥିଲେ। ସେଠାରେ ନାବଳିକାକୁ ଏକାକୀ ପାଇ ୧୦ଜଣ ପିଲା ଗଣଦୁଷ୍କର୍ମ କରିଥିଲେ। ନାବାଳିକା ସହ ଥିବା ସମ୍ପର୍କୀୟ ଜଣକଙ୍କୁ ମଧ୍ୟ ଉକ୍ତ ୧୦ଜଣ ମାରଧର କରିଥିଲେ। ପରେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ଘଟଣାରେ ୭ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପୀଡିତାଙ୍କ ବୟସ ୧୫ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର