ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ୧୫ ଦିନରୁ ଅଧିକ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ।

Advertisment

ଅଭିଯୋଗ ଅନୁଯାୟୀ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ମାଣିକପୁର ଅଂଚଳର ଜଣେ ନାବାଳିକାକୁ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ବଣକାଟି ପଂଚାୟତ କରକଚିଆ ଗ୍ରାମର କଂକା ମୁର୍ମୁଙ୍କ ପୁଅ ପ୍ରିଥି (୨୧)ଅପହରଣ କରି ୧୫ ଦିନରୁ ଅଧିକ ରଖି ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲାା

ଅଭିଯୁକ୍ତ ଜଣକ ଏକ ଛୁଆର ବାପ ବୋଲି ଜଣାପଡିଛି । ଅଭିଯୋଗ ହେବା ପରେ ଗୋରୁମହିଷାଣୀ ଥାନା ପୁଲିସ ପ୍ରିଥିକୁ ଗିରଫ କରିଛି। ଉଭୟ ନାବାଳିକା ଏବଂ ଅଭିଯୁକ୍ତର ଡାକ୍ତରୀ ମାଇନାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଫଣିନ୍ଦ୍ର ଭୂଷଣ ନାଏକ ସୂଚନା ଦେଇଛନ୍ତି।