ସାକ୍ଷୀଗୋପାଳ: ନାବାଳିକା ଦୁଷ୍କର୍ମ ଘଟଣାରେ ଗରିଫ ଜଣେ ଅଭିଯୁକ୍ତ ଡାକ୍ତରୀ ପରୀକ୍ଷା ପାଇଁ ଯାଇଥିବା ବେଳେ ପୁଲିସକୁ ଚକମା ଦେଖାଇ ଫେରାର ହୋଇଯାଇଛି। ସୂଚନା ଅନୁସାରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ସତ୍ୟବାଦୀ ଥାନା ପୁଲିସ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମର ଗଣେଶ ଭୋଇକୁ ପୁଲିସ ଗିରଫ କରିଥିଲା। ନାବାଳିକ ଦୁଷ୍କର୍ମ ମାମଲାରେ ଗଣେଶ ଗିରଫ ହୋଇଥିବାରୁ ପୁଲିସ ତାକୁ ପରୀକ୍ଷା ପାଇଁ ଡାକ୍ତରଖାନା ନେଇ ଯାଇଥିଲା।
ସୂଚନାଯୋଗ୍ୟ ସାକ୍ଷୀଗୋପାଳ ଅଂଚଳରେ ଏକ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯକ୍ତକୁ ଗିରଫ କରିଥିଲା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ସମୟରେ ଗଣେଶ ପୁଲିସକୁ ଚକମା ଦେବା ପାଇଁ ଯୋଜନା କରୁଥିଲା ଏବଂ ସୁଯୋଗ ଦେଖି ଖସି ଯାଇଥିଲା। ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତ ଗିରଫ ହୋଇନାହିଁ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯୋଜନା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Cheat-to-police_thumb.jpg)