ନାବାଳିକା ଗର୍ଭବତୀ ମାମଲା: ଅଭିଯୁକ୍ତ ଗିରଫ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗର୍ଭବତୀ କରିବା ଓ କାହାରିକୁ କହିଲେ ଜୀବନ ମାରିଦେବା କହିଥିବା ମାମଲାରେ ସେହି ଗ୍ରାମର ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି।

ଘଟଣାରୁ ପ୍ରକଶ ଯେ ୯ ମାସ ପୂର୍ବରୁ ଲଙ୍କାଗଡ ଅଞ୍ଚଳରେ ଜଣେ ନାବାଳିକା ତା’ ସମ୍ପର୍କୀୟ ଘରକୁ ଯାଇଥିବା ବେଳେ ଯୁବକ ସନ୍ୟାସୀ ପାତ୍ର ସେହି ନାବାଳିକା ନିକଟରେ ପଂହଁଚି ତୋ ବାପାଙ୍କୁ ଜ୍ୱର ହେଉଛି କହି ବାଇକରେ ଆଣିଥିଲା। ଏହା ପରେ ରାସ୍ତାରେ ନାବାଳିକାକୁ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲା । ଘଟଣା କାହାରିକୁ ନ କହିବା ପାଇଁ ଧମକ ଦେବା ସହ ବାରମ୍ବାର ଦୁଷ୍କର୍ମ କରିଥିଲା ଓ ଗର୍ଭବତୀ ହେବା ଜାଣିବା ପରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ କହିଥିବା ଏତଲାରୁ ସ୍ପଷ୍ଟ ହୋଇଛି।

ଏତଲା ଆଧାରରେ ବେଲଘର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନାବାଳିକା ଜଣକ ୮ ମାସର ଗର୍ଭବତୀ ହୋଇଥିବା ଜଣା ପଡିଛି। ପୁଲିସ ତାକୁ ଆଣି ମେଡିକାଲ ଟେଷ୍ଟ କରିଛି।

ସମ୍ବନ୍ଧିତ ଖବର