ବାସୁଦେବପୁର: ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଞ୍ଚଳରେ ଜଣେ ଚାରି ବର୍ଷର ଶିଶୁକନ୍ୟାକୁ ଚକୋଲେଟ୍ ଲୋଭ ଦେଖାଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇଥିବା ଶିଶୁକନ୍ୟାକୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ ଦୁଷ୍କର୍ମକାରୀ ଜଗନ୍ନାଥ ଦାସକୁ ଅଟକ ରଖି ପଚରାଉଚରା କରୁଛି।
ଆଜି ସକାଳେ ଶିଶୁକନ୍ୟା ଟିିଉସନ୍ ସାରି ନିଜ ଘରକୁ ଫେରୁଥିବା ବେଳେ ଗାଁର ଯୁବକ ଜଗନ୍ନାଥ ଚକୋଲେଟ୍ ଲୋଭ ଦେକାଇ ଶିଶୁକନ୍ୟାକୁ ଡାକି ନେଇଥିଲା। ଏହା ପରେ ଏକ ଗୋପନୀୟ ସ୍ଥାନରେ ଦୁଷ୍କର୍ମ କରିଥିଲା। ରକ୍ତାକ୍ତ ଅବସ୍ଥାରେ ଶିଶୁକୁ ପରିବାର ଲୋକ ଡାକ୍ତରଖାନାକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/xrape-minor-1567066739.jpg.pagespeed.ic_.flzcgKdPGs.jpg)