ଲକ୍ଷ୍ମୀପୁର: ପ୍ରେମ ସମ୍ପର୍କକୁ ନେଇ ନାବାଳକ ଓ ନାବଳିକା ଆତ୍ମହତ୍ୟା କରିଥିବା ବୁଧବାର ଜଣାପଡ଼ିଛି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଭିତରଗଡ ଗ୍ରାମପଂଚାୟତର ଗୌଡକଙ୍କଡାପୁଟ ଗାଁରେ ଏହି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ନାବାଳକ-ନାବାଳିକା ସଂମ୍ପର୍କରେ ହେଉଛନ୍ତି ଦାଦା-ଝିଆରି। ସେମାନେ ୧୫ ଦିନ ପୂର୍ବରୁ ଘରୁ ଫେରାର୍ ହୋଇଯାଇଥିଲେ। ସେମାନେ ମଙ୍ଗଳବାର ରାତି ଗାଁକୁ ଏକ ଆମ୍ବଗଛ ତଳେ କିଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି।
ସୂଚନା ମିଳିବା ପରେ ଘଟଣାସ୍ଥଳରେ କାକିରିଗୁମା ପୁଲିସ ପହଚିଂ ମୃତଦେହ ଜବତ କରିବା ସହ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ଲୋକଲଜ୍ୟା ଭୟରେ ଆତ୍ମହତ୍ୟା କରିଥିବା ସଂମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ନାବାଳକ ଲିଟିଗୁଡା ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନାବାଳିକା ବନବିଭାଗରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲା।
ନାବାଳିକା ଗତ ୧୫ ଦିନ ତଳେ ମଜୁରି ଟଙ୍କା ପାଇ ନାବାଳକଙ୍କ ସହ ଫେରାର୍ ହୋଇଯାଇଥିଲ। ଉଭୟ ଟଙ୍କା ପଇସା ସରିଯିବା ପରେ ଗାଁକୁ ଫେରିଥିଲେ କିନ୍ତୁ ପରିବା ଲୋକେ ଏହି ପ୍ରେମ ସଂମ୍ପର୍କକୁ ଗ୍ରହଣ କରିବେ ନାହିଁ ଭାବି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି। ତଦନ୍ତ ଜାରି ଥିବା ପୁଲିସ ଅଧିକାରୀ ହିମାଂଶୁ ଶେଖର ବେନିଆ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Suicide-poision.jpg)