ନବରଙ୍ଗପୁର: ଗତକାଲି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ର ମୋହୁରପଦର ନିକଟରେ ଏକ ମିନିଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବାସନି ଗାଁରୁ ଏକ ଟ୍ରକ୍ କାଜୁ ମଞ୍ଜି ଆଣିବା ପାଇଁ ଜରିଗୁଡ଼ା ଯାଇଥିଲା। କାଜୁ ଆଣି ଫେରିବା ବାଟରେ ମିନିଟ୍ରକ୍ର ଆଗଚକ ଫାଟିଯିବାରୁ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ରାମ କୁମ୍ଭାର(୨୧ ବର୍ଷ) ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଡମ୍ବରୁ ଭରତା, ବୁଟି କମ୍ଭାର,ପୂର୍ଣ୍ଣଚନ୍ଦ୍ର ବିଶୋଇ ଓ ଲମ୍ବ ଭରତା ଆହତ ହୋଇଥିଲେ। ଖବରପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ନବରଙ୍ଗପୁର: ମିନିଟ୍ରକ୍ ଦୁର୍ଘଟଣାଗ୍ରସ୍ତ,ଜଣେ ମୃତ, ୪ ଗୁରୁତର
/sambad/media/post_attachments/wp-content/uploads/2018/05/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)