ନୂଆପଡ଼ା: ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ମିନିଟ୍ରକ ଓଲଟି ପଡ଼ିଲା, ଜଣେ ମୃତ, ୨୪ ଆହତ

ନୂଆପଡ଼ା: ଗତକାଲି ରାତିରେ ଦାଦନ ଖଟିବାକୁ ଏକ ମିନିଟ୍ରକ୍‌ରେ ରାଜ୍ୟ ବାହାରକୁ ବାହାରକୁ ଯଯିବା ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ମିନିଟ୍ରକ୍‌ଟି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମତ୍ୟୁ ଘଟଛି। ଏହି ଦୁର୍ଘଟରାରେ ୨୪ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆହତମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଉପରପିଟା ଗାଁରୁ ୩୦ ଜଣ ଶ୍ରମିକ ଏକ ମିନିଟ୍ରକ୍‌ରେ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ ଯିବାକୁ କଣ୍ଟାବାଞ୍ଜି ରେଳଷ୍ଟେସନକୁ ଯାଉଥିଲେ। ରାତି ପ୍ରାୟ ୪ଟା ବେଳେ ୩୫୩ ନମ୍ବର ଜାତୀୟ ରାଜପଥର ଜୁନାନି ଗାଁ ନିକଟରେ ଏହି ମିନିଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଅଭିକାନ୍ତ ନାୟକ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୪ ଜଣ ଶ୍ରମିକ ଆହତ ହୋଇଥିଲେ।। ଖବର ପାଇ ଖଡିଆଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଖଡ଼ିଆଳ ଓ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର