ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି କିଛି ଯୁବକ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମେଡିକାଲ ପରିସରରେ ଥିବା ସରକାରୀ ଔଷଧ ବିତରଣ କେନ୍ଦ୍ର କବାଟକୁ ଭାଙ୍ଗିଥିଲେ ଘଟଣା ସମ୍ପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ବାଲିଅନ୍ତା ଥାନା କାକରଦ୍ରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ହାତ ଆଙ୍ଗୁଠି କୌଣସି କାରଣରୁ ଫାଟି ଯାଇଥିଲା। ତାଙ୍କୁ ସାଙ୍ଗରେ ଧରି ୧୦/୧୨ ଜଣ ଯୁବକ ଅପରାହ୍ନ ୨ଟା ସମୟରେ ମେଡ଼ିକାଲ ଆସିଥିଲେ। ସେ ସମୟରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ଡିୟୁଟିରେ ଥିଲେ। ଉକ୍ତ ଯୁବକଙ୍କ ପ୍ରାଥମିକ ଚିକିତ୍ସା କରାଇବା ସହିତ ଔଷଧ ଏବଂ ଇଞ୍ଜେକ୍ସନ ଲେଖିଥିଲେ। ରୋଗୀଙ୍କ ସମ୍ପର୍କୀୟମାନେ ମାଗଣା ମେଡ଼ିସିନ ପାଇଁ ହୋହାଲ୍ଲା କରିଥିଲେ। ମାଧ୍ୟାନ୍ନ ଭୋଜନ ପାଇଁ ସେ ସମୟରେ କେନ୍ଦ୍ରଟି ବନ୍ଦ ଥିଲା। ସକାଳ ୮ ରୁ ୧୨ ଏବଂ ୩ ରୁ ୬ ଔଷଧ ବିତରଣ କେନ୍ଦ୍ର ଖୋଲା ରହୁଥିବା ଡାକ୍ତର ଏବଂ ନର୍ସ ବୁଝାଇଥିଲେ। ହେଲେ କେତେଜଣ ଯୁବକ ଡାକ୍ତରଙ୍କୁ ମେଡ଼ିସିନ ଦିଅ କହି ଯୁକ୍ତିତର୍କ କରିଥିଲେ।
/sambad/media/post_attachments/wp-content/uploads/2020/12/9e24f80d-10de-4d12-bdca-764776d205d7-1024x583.jpg)
୨ ଜଣ ଯୁବକ ଔଷଧ ବିତରଣ କେନ୍ଦ୍ର କବାଟ ଭାଙ୍ଗି ଦେଇଥିଲେ। ଘଟଣାର ସମସ୍ତ ଦୃଶ୍ୟ ମେଡିକାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ବାଲିପାଟଣା ପୁଲିସ ଘଟଣା ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଁଚିବା ପୂର୍ବରୁ ଚାଲି ଯାଇଥିଲେ। ମେଡିକାଲ ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/e25468e8-59ac-44a4-bda1-991c6d2fb850.jpg)