ଅନୁଗୁଳ: ଗତକାଲି ଦିନ ଦ୍ୱିପହରେ ଅନୁଗୁଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କରେ ଡକାୟତମାନେ ପଶି ୨୦ ଲକ୍ଷ ଟଙ୍କା ଡକାୟତି କରି ନେବାର ୧୨ ଘଣ୍ଟା ନ ପୁରୁଣୁ ପୁଣି ଏକ ଜାତୀୟକରଣ ବ୍ୟାଙ୍କକୁ ଳୁଟ୍ ଉଦ୍ୟମ ହୋଇଛିି। ଏଥର ଲୁଟେରାମାନଙ୍କ ଟାର୍ଗେଟରେ ରହିିଥିଲା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ବନ୍ତଳା ଶାଖା। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଠାରୁ ମାତ୍ର ୩ଶହ ମିଟର ଦୂରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଝରକା ତାଡ଼ି ଦୁର୍ବୃତ୍ତିମାନେ ଲୁଟ୍ କରିଛନ୍ତି। ତେବେ କଣ ଳୁଟ୍ ହୋଇଛି ତାହା ଜଣା ପଡ଼ି ନ ଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କେତେକ ଦୁର୍ବୃତ୍ତ ବନ୍ତଳା ଷ୍ଟେଟ୍ ବ୍ୟାଙ୍କ ଶାଖାର ଝରକା ତାଡ଼ି ଭିତରେ ପଶିଥିଲେ। ପରେ ସେମାନେ କ୍ୟାସ କାଉଣ୍ଟରରେ ଥିବା କିଛି ଟଙ୍କା ଲୁଟ୍ କରିବା ପରେ ଆଇରନ ଚେଷ୍ଟ ତାଡ଼ିବାକୁ ଉଦ୍ୟମ କଲାବେଳେ ସାଇରନ ବାଜିଥିଲା। ଫଳରେ ଭୟଭିତ ହୋଇ ଡକାୟତମାନେ ସେଠାରୁ ପଳାଇଥିିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ ଗତକାଲି ଦିନ ବେଳା ହୋଇଥିବା ଆନ୍ଧ୍ର ବ୍ୟାଙ୍କ ଡକାୟତି ପାଇଁ ଗତକାଲି ରାତିରେ ଅନୁଗୁଳ ଜିଲ୍ଲାର ସବୁ ଥାନା ଅଞ୍ଚଳରେ ରୋଡ୍ ବ୍ଲକିଂ କରି ଚେକିଂ ଚାଲିଥିିବା ବେଳେ ଡକାତମାନେ ପୁଲିସକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ୍ ଲୁଟ୍ କରି ଚାଲିଛନ୍ତି।
ଅନୁଗୁଳ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବନ୍ତଳା ଶାଖା ଲୁଟିଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2018/04/angul-copy-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)