ରାଉରକେଲା: ଶ୍ରମିକନେତାଙ୍କ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୪ଟି ଗାଡ଼ିପୋଡ଼ି ପାଉଁଶ

 

ରାଉରକେଲା: ରାଉରକେଲା ଝିରପାଣି ଥାନା ଅଞ୍ଚଳରେ  ଗତକାଲିି ରାତିରେ କେତେକ ଦୁର୍ବୃତ୍ତ  ଜଣେ ଶ୍ରମିକ ନେତାଙ୍କ ଘରେ ନିଆଁ ଳଗାଇ ଦେଇଛନ୍ତି। ସୌଭାଗ୍ୟକୁ ଶ୍ରମିକ ନେତାଙ୍କ ପରିବାର ଏହି ଅଗ୍ନିକାଣ୍ଡରୁ ରକ୍ଷା ପାଇ ଯାଇଥିବା ବେଳେ ଘର ଭିତରେ ଥିବା  ୩ଟି ସ୍କୁଟି ଓ ଗୋଟିଏ ବାଇକ୍‌ ପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଝିରିପାଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଝିରିପାଣି ଅଞ୍ଚଳରେ ଚକ୍ରଧର ମହାତୋ ନାମକ ଜଣେ ଶ୍ରମିକ ନେତା ରୁହନ୍ତି। ଗତକାଲି ରାତିରେ ସେ ଓ ତାଙ୍କ ପରିବାର ଲୋକେ ଖାଇ ପିଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ  ଘର ପରିସରରେ ଥିବା ସ୍କୁଟି ଓ ବାଇକ୍‌ ଗୁଡ଼ିକ ଜଳୁଥିବା ଦେଖିବାକୁ ମିଳିଥିଲା।  ଲୋକଙ୍କ ପାଟି ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ। ସଙ୍ଗେ ସଙ୍ଗେ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ କେହି ଦୁର୍ବୃତ୍ତ  ଶ୍ରମିକ ନେତା ଶ୍ରୀ ମହାତୋଙ୍କ ଏହି ୪ଟି ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଗତକାଲି ରାତି ସେ ଘରେ ଶୋଇଥିବା ବେଳେ ବାହାରୁ କବାଟ ବନ୍ଦ କରି ଦେଇ ଦୁର୍ବୃତ୍ତମାନେ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି। ଏହି ଅଗ୍ନିକାଣ୍ଡରେ  ଦୁଇଟି କୁଲର ବି ପୋଡ଼ି ଯାଇଛି।

 

ସମ୍ବନ୍ଧିତ ଖବର