ସୁନ୍ଦରଗଡ଼: ଗୋରୁ ବେପାରରେ ଦାଦା ବଟି ଆଦାୟକୁ କେନ୍ଦ୍ର କରି ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଖତକୁରିବାହାଲ ଗାଁରେ ପରିସ୍ଥିତି ଅଶାନ୍ତ ହୋଇ ଉଠିଛି। ଗୋଟିଏ ଗୋଷ୍ଠୀ ସଂଘବଦ୍ଧ ଭାବେ ଗାଁର କେତେଜଣଙ୍କ ଘରେ ନିଆଁ ଲଗାଇଦେବା ସହିତ ଟେକା, ପଥରରେ ଆକ୍ରମଣ କରିଛନ୍ତି। ଏପରିକି ସେଠାକୁ ଶାନ୍ତିଶୃଙ୍ଖଳା ରଖା କରିବା ପାଇଁ ଯାଇଥିବା ପୁଲିସ ଟିମ୍ ଉପରକୁ ମଧ୍ୟ ଆକ୍ରମଣ ହୋଇଛି। ଏହି ଅକ୍ରମଣରେ ପୁଲିସ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛିି। ଗଣ୍ଡଗୋଳ କରିଥିବା ଗୋଷ୍ଠୀରୁ ପୁଲିସ ୧୦ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।
ଗତକାଲି ଗୋରୁ ବେପାରରେ ୫ଶହ ଟଙ୍କା ଦାଦା ବଟି ଦେବାକୁ କେନ୍ଦ୍ର କରି କେତେକ ଦୁର୍ବୃତ୍ତ ଖତକୁରିବାହାଲ ଗାଁର ମହମ୍ମଦ ଅନୋଖାଁ, ଜନେଶ୍ୱର ଅହମ୍ମଦ, ମହମ୍ମଦ ଖାଲିିଦ ଓ ମହମ୍ମଦ ସୌକତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଲକ୍ଷାଧିକ ସମ୍ପତ୍ତି ଏହି ଅଗ୍ନିକାଣ୍ଡରେ ପୋଡ଼ିି ପାଉଁଶ ହୋଇଯାଇଛି। ସେହିପରି ଦୁର୍ବୃତ୍ତଙ୍କ ଆକ୍ରମଣରେ ମହମ୍ମଦ ସଲୀମ ଓ ମହମ୍ମଦ ଶାହାରୁଖ ଆହତ ହୋଇଛନ୍ତି। ଆହତମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରାୟ ୪ ପ୍ଲାଟୁନ୍ ଫୋର୍ସ ଗାଁରେ ମୂତୟନ କରାଯାଇଛିି।
ସୁନ୍ଦରଗଡ଼: ଗୋରୁ ବେପାରରେ ଦାଦାବଟିକୁ ନେଇ ଗୃହଦାହ, ଗଣ୍ଡଗୋଳ, ୨ ଆହତ, ୧୦ ଅଟକ
/sambad/media/post_attachments/wp-content/uploads/2018/01/sundargarh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)