ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଲଣ୍ଡେଇସାହିରେ ଗାଁ ଦାଣ୍ଡରେ ଦଣ୍ଡ ନ୍ୟତ୍ୟ ଚାଲିଥିବା ବେଳେ ବାଡ଼ିପଟରେ ରଖାଯାଇଥିବା ଗୋଟିଏ ବୋଲେରୋ ଓ ୬ଟି ବାଇକ୍ରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଲଣ୍ଡେଇସାହିର ଦୟାନିଧି ବେହେରାଙ୍କ ପରିବାର ପକ୍ଷରୁ ନୂଆଗାଁ ଅଞ୍ଚଳରୁ ଦଣ୍ଡନୃତ୍ୟ ଦଳ ଅଣାଯାଇ ଗାଁ ଦାଣ୍ଡରେ ନାଚ କରାଯାଉଥିଲା। ଏହି ସମୟରେ କେତେକ ଦୁର୍ବୃତ୍ତ ତାଙ୍କ ବାଡ଼ିପଟରେ ରଖାଯାଇଥିବା ବାଇକ୍ ଓ ବୋଲେରୋରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଲା ବେଳକୁ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥବା ଦେଖିବାକୁ ମିଳିଥିଲା।
ଭଞ୍ଜନଗର: ବୋଲେରୋ ସହିତ ୬ ବାଇକ ପୋଡିଦେଳେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2018/04/Bolero-Bike-Burned_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)