ରାଜନଗର: ଗାଁରେ ପଶି ଅପରାଧୀଙ୍କ ଗୁଳି ଚାଳନା, ଯୁବକ ମୃତ

ରାଜନଗର: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କଣ୍ଡିିରା ପଞ୍ଚାୟତର କଣ୍ଡିରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। କେତେକ ଅପରାଧୀ ନିଜର ଜଣେ ସହଯୋଗୀଙ୍କୁ ଲୋକଙ୍କ ଠାରୁ ଛଡ଼ାଇବା ପାଇଁ ବାଇକରେ ଆସି ପହଞ୍ଚିି ଆଖିବୁଜା ଗୁଳି ଚଳାଇଚନ୍ତି ।ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିିବା ବେଳେ ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ୩ ଜଣ ଯୁବକ ଏକ ବାଇକ୍‌ରେ ଆସି କଣ୍ଡିରା ଗ୍ରାମର ରବୀନ୍ଦ୍ର ସେଠୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।ଏହି ସମୟରେ ଗାଁ ଲୋକେ ପହଞ୍ଚି ଯାଇ ଜଣେ ଦୁର୍ବୃତ୍ତକୁ କାବୁ କରି ନେବାରୁ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ବାଇକ୍‌ ଯୋଗେ ଖସି ଯାଇଥିଲେ। ଏହାର କିଛି ସମୟ ପରେ ୨ଟି ବାଇକ୍‌ରେ ୪ ଜଣ ଯୁବକ ଆସି ଲୋକେ କାବୁ କରିଥିବା ଅଭିଯୁକ୍ତକୁ ଛଡାଇ ନେବାକୁ ଉଦ୍ୟମ କରିଥିେଲେ। ଏହି ସମୟରେ ଲୋକେ ପୁଣି ରୁଣ୍ଡ ହୋଇଯିବାରୁ ଦୁର୍ବତ୍ତମାନେ ଗୁୁଳି ଚଳାଇଥିଲେ। ଗୋଟିଏ ଗୁଳି କାଳିନ୍ଦୀ ସେଠୀଙ୍କ ପୁଅ କିଶୋର ସେଠୀ( ୩୫ ବର୍ଷ) ଙ୍କ ଛାତିରେ ବାଜିବାରୁ ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଏହି ଘଟଣାପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ଯୁବକଙ୍କୁ ହତ୍ୟା କରାଯିବା ଘଟଣା ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


ମିଳିଥିବା ସୂଚନା ଅନୁଯାୟୀ, ଅପରାଧୀମାନେ ଅନ୍ୟ ଜଣେ ଯୁବକଙ୍କୁ ମାରିବା ପାଇଁ ପ୍ରସ୍ତୁତି ହୋଇ ଆସିଥିଲେ। ମାତ୍ର ଦୁର୍ଭାଗ୍ୟକୁ ଅନ୍ୟ ଜଣେ ଯୁବକ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇଛନ୍ତି। ଏହାକୁ ନେଇ ସେଠାରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି।

ସମ୍ବନ୍ଧିତ ଖବର