ବୌଦ୍ଧ: ଶିକ୍ଷକଙ୍କ ଉପରକୁ ଗୁଳିମାଡ଼

ବୌଦ୍ଧ: ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ୁଜିଲ୍ଲା ପୁୁଣା କଟକ ଥାନା ଅନ୍ତର୍ଗତଲୁଣିବାହାଲ ଗ୍ରାମରେ ରହୁଥିବା ଶିକ୍ଷକ ବିମଳ ବେହେରାଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ଶ୍ରୀ ବେହେରାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ବେହେରା ଶିକ୍ଷକଭାବେ କାର୍ଯ୍ୟ କରିବା ସହିତ ବିଭିନ୍ନ ମେଡିସନ୍‌ ଘରେ ରଖି ଲୋକଙ୍କୁ ଦେଇଥାନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ୨ ଜଣ ଯୁବକ ଔଷଧ ନେବା ପାଇଁ ଶ୍ରୀ ବେହେରାଙ୍କୁ ଡାକି ଥିଲେ। ଶ୍ରୀ ବେହେରା କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଗୁଳି ୩ଟି ମଧ୍ୟରୁ ୨ଟି ଲକ୍ଷଭ୍ରଷ୍ଟ ହୋଇଥିବା ବେଳେ ଗୋଟିଏ ଶ୍ରୀ ବେହେରାଙ୍କ ବାମହାତରେ ବାଜିଥିଲା।

ସମ୍ବନ୍ଧିତ ଖବର