ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପୋଡ଼ାପଡ଼ା ଗାଁର ଅଶୋକ ଦାସଙ୍କ ଘର ସାମ୍‌ନାରେ ଥିବା ୩ଟି ବାଇକ୍‌ ଓ ୫ଟି ସାଇକେଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ରାତି ପ୍ରାୟ ୨ଟା ବେଳେ ବାଇକଗୁଡ଼ିକ ଜଳୁଥିବାର ଜଣେ ପଡୋଶୀ ଦେଖି ପାଟି କରିବାରୁ ଶ୍ରୀ ଦାସଙ୍କ ସମେତ ଗାଁ ଲୋକେ ଉଠି ନିଆଁକୁ ଆୟତ କରିଥିଲେ। ପୋଡ଼ି ଯାଇଥିିବା ବାଇକ ମଧ୍ୟରେ ଗୋଟିଏ ପ୍ଲାଟିନା, ଗୋଟି, ଡିସ୍‌କଭର ଓ ଗୋଟିଏ ଟିଭିଏସ ସ୍କୁଟି ରହିଛି। ଏ ନେଇ ଅଶୋକ ଦାସ ଜଟଣୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।