ମହାମିଶ୍ରଣ ପର୍ବ: ୧୨୦୦ରୁ ଅଧିକ କଲେ ବିଜେଡ଼ିରେ ଯୋଗଦାନ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଆଜି ବିଜୁ ଜନତା ଦଳର ମହାମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୨ ଶହରୁ ଊର୍ଦ୍ଧ୍ବ ବ୍ୟକ୍ତି ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ ରାଜ୍ୟ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ଅତିଥି ମାନଙ୍କୁ ବୀରଖମ୍ବ ପୋଲ ନିକଟରୁ ସ୍ବାଗତ ଜଣାଇ ଶହଶହ ବିଜେଡ଼ି କର୍ମୀ ପଟୁଆରରେ ସଭାସ୍ଥଳ ପର୍ଯ୍ୟନ୍ତ ନେଇଥିଲେ। ସ୍ଥାନୀୟ ହାଟପଦାରେ ଆୟୋଜିତ କାର୍ଯ୍ୟକ୍ରମରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୂର୍ଯ୍ୟ ନାରାୟଣ ରଥ ସଭାପତିତ୍ବ କରିଥିଲେ।

ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରା, ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ, ବିଜେଡ଼ି ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତା ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ସାନୀ, ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି, ବୈପାରିଗୁଡା ଅଧ୍ୟକ୍ଷା ସରୋଜିନୀ କାଣ୍ଡକି, ଚନ୍ଦ୍ର ଶେଖର ମାଝୀ, ଖଜର ବୈରାଗୀ, ତ୍ରିନାଥ ଅଢାରୀ, ପ୍ରହଲ୍ଲାଦ ନାୟକ, ଶିତୁ ପଣ୍ଡା, ଜିତୁ ପଣ୍ଡା ଏବଂ କେଦାର ଗୌରୀ ଦାସ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର ସ୍ବାଗତ ସମ୍ଭାଷଣ ପ୍ରଦାନ କରିବା ପରେ ସୂର୍ଯ୍ୟ ନାରାୟଣ ରଥ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଆଜିର ଏହି ମହାମିଶ୍ରଣ ପର୍ବରେ ଏକ ହଜାରରୁ ଉର୍ଦ୍ଧ୍ବ ବିଜେଡିରେ ଯୋଗଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବ୍ଲକ ବିଜେଡ଼ି ଆହୁରି ମଜବୁତ ହେବ ବୋଲି ଆଶା ପ୍ରକାଶ କରିଥିଲେ।

Sambad

ରମାକାନ୍ତ ରାଉଳ ଏହି ମିଶ୍ରଣ ପର୍ବ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରହିଥିବା ଆନ୍ତରିକ ସମର୍ଥନ ବୋଲି ପ୍ରକାଶ କରିବା ସହ ସମସ୍ତଙ୍କୁ ଏକତ୍ରିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା ଭଳି ଦଳ ମଧ୍ୟରେ ବିଭିନ୍ନ କାରଣରୁ ରହି ଆସିଥିବା ମନାନ୍ତର ଏବଂ ମତାନ୍ତର ଅନ୍ତ ହୋଇଥିବାରୁ ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଚନ୍ଦ୍ର ଶେଖର ମାଝୀ ପ୍ରକାଶ କରିଥିଲେ ଯେ, ଗତ ୪୦ ବର୍ଷ ଧରି ସେ ରାଜନୀତି ସହ ସଂପୃକ୍ତ ଏବଂ କଂଗ୍ରେସ ଦଳରେ ରହି ଲୋକଙ୍କର ସେବା କରିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଯ୍ୟାପ୍ତ ସୁଯୋଗ ମିଳି ନଥିଲା।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ ଜନସେବାରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗ ଦେବା ସହ ଜନସାଧାରଣଙ୍କ ସେବା କରିବେ ବୋଲି ପ୍ରକାଶ କରିଥିଲେ। ଏହାପରେ ମିଶ୍ରଣ ପର୍ବ ଆରମ୍ଭ ହୋଇ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା। ରାମଗିରୀ, ହଳଦୀକୁଣ୍ଡ, ପେନ୍ଦାପଡା, ଚିପାକୁର, ମାଠପଡା, ମହୁଲି, ବୋଦାପୁଟ, କାଠପଡା ପଞ୍ଚାୟତର ୧୨୧୦ ଜଣ ଆଜିର ଏହି ମହାମିଶ୍ରଣ ପର୍ବରେ ଯୋଗଦେଇ ବିଜେଡିରେ ସାମିଲ ହୋଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ବିଶ୍ବଜିତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ବ୍ଲକ ବିଜେଡ଼ିର ବରିଷ୍ଠ ନେତୃବୃନ୍ଦ ଆର୍. ଶ୍ରୀନିବାସ ରାଓ, ସାଥିରାମ ନାୟକ, ଜଗଦୀଶ ଜେନା, ବିଜୟ ସାମନ୍ତରାୟ, ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ବାବୁନି ମହାନ୍ତିଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର