ଡକ୍ଟର ଅନୁସା ଜାଦାୟାଦା ପାଇଲେ ମିସେସ ଡିଭା-୨୦୨୧

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ରହୁଥିବା ଡଃ. ଅନୁସା ଜାଦାୟାଦା ନୂଆଦିଲ୍ଲୀରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ କୁଇନ୍ ଅଫ୍ ହର୍ଟସ-ଏମ୍ଆଇକ୍ୟୁଏଚ୍ ଏମ୍ପାୱାରିଂ ୱିମ୍ୟାନ୍ ଗ୍ଲୋବାଲି ପ୍ରତିଯୋଗିତାରେ ଚଳିତବର୍ଷର ମିସେସ୍ ଡିଭା ଓ ମିସେସ୍ ଟାଲେଟେଡ଼୍‌ ବିଜୟିନୀ ହୋଇଛନ୍ତି। ନୂଆଦିଲ୍ଲୀ ନୋଏଡାର ପ୍ରଖ୍ୟାତ ବ୍ୟବସାୟୀ ଦମ୍ପତି ସାଲୋନୀ ଅଗ୍ରୱାଲ୍ ଓ ଅଙ୍କୁର ଅଗ୍ରୱାଲ୍‌ଙ୍କ ଦ୍ୱାରା ପ୍ରତିବର୍ଷ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ। ଚଳିତବର୍ଷ ଡିସେମ୍ବର ୨୮ ତାରିଖରେ ନୋଏଡାର କ୍ରାଉନ୍ ପ୍ଲାଜାରେ ଅନୁଷ୍ଠିତ ଏହି ପ୍ରତିଯେଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୫୦ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ୫ଟି ପର୍ଯ୍ୟାୟ ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରମୁଖ ବିଚାରକ ଭାବେ ପବିତ୍ର ପୁନିଆ ଯୋଗ ଦେଇଥିଲେ। ଚଳିତବର୍ଷ ଅନୁସା ବିଜୟିନୀ ହୋଇଛନ୍ତି।

Sambad

ଜଟଣୀ ବାସିନ୍ଦା ଓ ଭାରତୀୟ ରେଳବାଇ ଅଧିକାରୀ ଜେଭି ରାଓଙ୍କ କନ୍ୟା ଅନୁସା ବର୍ତ୍ତମାନ ରାଜସ୍ଥାନରେ ଏନର୍ଜି ରିସୋର୍ସେସ୍‌ରେ ଡକ୍ଟରେକ୍ଟ କରୁଛନ୍ତି। ସେ ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ଶିଳ୍ପପତି ହେବା ସହ ମହିଳାଙ୍କ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି। ମହିଳାଙ୍କ ସଶକ୍ତୀକରଣ ଓ ବିକାଶରେ ସମାଜର ଓ ରାଷ୍ଟ୍ରର ବିକାଶ ହେବ ବୋଲି ସେ ନିଜ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର