ସମ୍ବଲପୁର: ପୁଲିସ୍ ଉପରେ ଆଉ ଆମର ଭରସା ପାଉ ନାହିଁ। ସଦର ଡାକ୍ତରଖାନାରୁ ହେବାର ୭ ମାସ ପରେ ମଧ୍ୟ ସମ୍ବଲପୁର ପୁଲିସ୍ ଆମ କୋଳକୁ ଆମ ପୁଅ ଫେରାଇ ନାହିଁ। ଏଣୁ ସମଗ୍ର ଘଟଣାର କ୍ରାଇମ୍ ବ୍ରାଞ୍ଚର ତଦନ୍ତ କରିବାକୁ ସଦର ଡାକ୍ତରଖାନାରୁ ଚୋରି ହୋଇଥିବା ପିଲାର ପିତା ଅନିରୁଦ୍ଧ ମାଝୀ ଓ ମାତା ଗୀତାଂଜଳି ମାଝୀ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ଆମ ପୁଅ ଆମକୁ ନମିଳିଛି, ସେତେଦିନ ପର୍ଯ୍ୟନ୍ତ ଆମେ ଡାକ୍ତରଖାନା ଛାଡ଼ି ଯିବୁ ନାହିଁ ବୋଲି ମାଝୀ ଦମ୍ପତି ଗଣମାଧ୍ୟମକୁ କହିଛନ୍ତି।
ଯୁଯୁମୁରା ବ୍ଲକର ଅମଲିପାଣି ଛକରେ ପାନ ଦୋକାନ ଦେଇଥିବା ଅନିରୁଦ୍ଧ ମାଝୀ ତାଙ୍କ ଗର୍ଭବତୀ ପତ୍ନୀ ଗୀତାଂଜଳି ମାଝୀଙ୍କୁ ୨୨ ମାର୍ଚ ୨୦୧୭ରେ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତି କରିଥିଲେ। ୨୩ ତାରିଖ ମଧ୍ୟାହ୍ନ ୧୨ଟା୫ରେ ଗୀତାଂଜଳି ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଶିଶୁ ଜନ୍ମ ହେବାର ୨୪ ଘଣ୍ଟା ନପୁରୁଣୁ ମା’ କୋଳରୁ ଚୋରି ହୋଇଯାଇଥିଲା ନବଜାତକ। ସଦର ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ୨୩ ନମ୍ବର ଶଯ୍ୟାରେ ଚିକିତ୍ସିତ ହେଉଥିବା ଗୀତାଂଜଳିଙ୍କ ଅସ୍ତ୍ରୋପଚାର ହୋଇଥିବା ଯୋଗୁଁ ସେ ଶିଘ୍ର ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ଜଣେ ମହିଳା ଉକ୍ତ ଶିଶୁପୁତ୍ରକୁ ଚୋରି କରି ନେଇଥିଲା। ସିସିଟିଭି ଫୁଟେଜରେ ପିଲାକୁ ଚୋରି କରି ଡାକ୍ତରଖାନାରୁ ନେଇ ବାହାରକୁ ଯାଉଥିବାର ଦୃଶ୍ୟ ରେକର୍ଡ ହୋଇଥିଲା।
ଏସବୁ ସତ୍ତ୍ୱେ ପୁଲିସ୍ ପ୍ରଶାସନ ଉକ୍ତ ପିଲାକୁ ଉଦ୍ଧାର କରିପାରିନଥିଲା। ଜଣେ ବିଜେପି ମହିଳା କର୍ମୀଙ୍କ ସୂଚନା ଆଧାରରେ ଗତ ୮ ଅକ୍ଟୋବର ରାତିରେ ପୁଲିସ୍ ବରଗଡ଼ ତଳି ପଡ଼ାରୁ ଏକ ଶିଶୁପୁତ୍ରକୁ ପୁଲିସ୍ ଉଦ୍ଧାର କରି ସମ୍ବଲପୁର ଆଣିଥିଲା। ତେବେ ପିଲାର ପିତାମାତା ହୋଇଥିବା ନେଇ ଦୁଇ ଜଣ ଦାବିଦାର ବାହାରିବାରୁ ଡିଏନ୍ଏ ଟେଷ୍ଟ କରାଯାଇଥିଲା। ଏଥିରେ ବରଗଡ଼ରୁ ଉଦ୍ଧାର ହୋଇଥିବା ଏହି ପିଲାର ପିତାମାତା ମାଝୀ ଦମ୍ପତି ହୋଇନଥିବା ସ୍ପଷ୍ଟ ହୋଇଥିଲା। ଏହି ଖବର ଗୁରୁବାର ଗୀତାଂଜଳି ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ତାଙ୍କୁ ବୁର୍ଲା ଡାକ୍ତରଖାନାର ମାନସିକ ରୋଗ ବିଭାଗକୁ ଚିକିତ୍ସା ପାଇଁ ପଠାଇବାକୁ ସ୍ଥିର ହୋଇଥିଲା। ହେଲେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରଲକ୍ଷିତ ହୋଇଥିବାରୁ ତାଙ୍କୁ ବୁର୍ଲା ପଠାଯାଇନଥିବା ସିଡିଏମ୍ଓ କହିଛନ୍ତି।
ସଦର ଡାକ୍ତରଖାନାରୁ ପିଲା ଚୋରି ଘଟଣା:କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ମାଝୀ ଦମ୍ପତି
/sambad/media/post_attachments/wp-content/uploads/2017/10/Baby-Month-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)