ଅନୁଗୁଳ: ୧୫ଦିନ ହେବ ନାବାଳକ ନିଖୋଜ, ପରିବାରଲୋକେ ଖୋଜାଖୋଜି ପରେ ବି ସନ୍ଧାନ ପାଉ ନାହାନ୍ତି

ପାଇକସାହି: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ହାତିଗେଞ୍ଜ ଗ୍ରାମରେ ବସବାସ କରୁଥିବା ରବୀନ୍ଦ୍ର ପ୍ରଧାନଙ୍କ ୧୩ବର୍ଷର ପୁଅ କେଉଁଆଡେ ନିଖୋଜ ହୋଇଯାଇଛି। ନିଖୋଜ ପୁଅର ନାମ ମହେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମହେଶ୍ୱର ପ୍ରଧାନ ଗତ ସେପ୍ଟେମ୍ବର ୧୫ ତାରିଖରୁ କେଉଁଆଡେ ଚାଲି ଯାଇଛି। ପରିବାରଲୋକେ ଅନେକ ଖୋଜାଖୋଜି କରିବା ପରେ ବି ତାହାର କୌଣସି ସନ୍ଧାନ ଏଯାବତ ପାଇ ପାରିଲେ ନାହିଁ। ଶେଷରେ ମହେଶ୍ୱର ପ୍ରଧାନର ପିତା ରବୀନ୍ଦ୍ର ପ୍ରଧାନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ।

ସମ୍ବନ୍ଧିତ ଖବର