ଦୁଇଦିନ ହେଲା ନିଖୋଜ ଅଛନ୍ତି ବାଲିଆପାଳ ୟୁକୋ ବ୍ୟାଙ୍କର ସହକାରୀ ପରିଚାଳକ ! ରହସ୍ୟଜନକ ଭାବେ ଉଭାନ୍

ବାଲେଶ୍ୱର: ବାଲେଶ୍ୱରର ବାଲିଆପାଳ ଶାଖା ୟୁକୋ ବ୍ୟାଙ୍କର ସହକାରୀ ପରିଚାଳକ ଦୁଇଦିନ ହେଲା ନିଖୋଜ ଥିବା ନେଇ ଗୁରୁବାର ଥାନାରେ ମାମଲା ରୁଜୁ ହୋଇଛି। ତାଙ୍କର ନାମ ସାବିତ ଲୋହାର ଓ ବୟସ ୩୧ ବର୍ଷ ବୋଲି ଜଣାପଡ଼ିଛି। ଅତ୍ୟନ୍ତ ରହସ୍ୟଜନକ ଭାବେ ସେ ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଭଡ଼ା ଘର ନେଇ ସାବିତ ଲୋହାର ରହୁଥିଲେ। ବାଲିଆପାଳ ୟୁକୋ ବ୍ୟାଙ୍କରେ ସେ ସହକାରୀ ପରିଚାଳକ ଭାବେ କାମ କାମ କରୁଥିଲେ। ତେବେ ଗତ ଦୁଇଦିନ ହେବ ସେ କେଉଁ ଆଡେ ନିଖୋଜ ହୋଇଛନ୍ତି ବୋଲି ତାଙ୍କ ମାଆ ବିଲ୍ଲା ଲୋହାର ଆଜି ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଛନ୍ତି। ତେବେ ନିଖୋଜ ସାବିତ ଗତ ୩ ମାସ ହେବ ୟୁକୋ ବ୍ୟାଙ୍କ ବାଲିଆପାଳ ଶାଖାରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ପିତାଙ୍କ ନାମ ବାବୁଧର ଲୋହାର ଓ ଘର ପଶ୍ଚିମବଙ୍ଗ ଖଡ଼ଗ୍‌ପୁର ଛାଲୁଆ ଗ୍ରାମରେ ବୋଲି ଜଣାପଡ଼ିଛି। ସାବିତ ଅବିବାହିତ ଥିଲେ। ତେବେ ସାବିତ ଯେଉଁ ବାଇକ୍‌ ଯୋଗେ ଯିବା ଆସିବା କରନ୍ତି ସେ ବାଇକ୍‌ର ବିି କୌଣସି ପତ୍ତା ମିଳୁ ନାହିଁ। ପୁଲିସ ସାବିତ ମାଆଙ୍କ ନିଖୋଜ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର