ଜୟପୁର: ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ସ୍ନାତକ ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନସର ଛାତ୍ର ଅୟୁଷ ବେହେରା ମିସନ୍ ଡ୍ରିମ୍ସ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାର ଶୀର୍ଷ (ଫାଇନାଲିଷ୍ଟ) ହୋଇଛନ୍ତି। ଆୟୁଷ ଏଥିପାଇଁ ଚୟନ କରାଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି।
ସ୍ଥାନୀୟ ନୂଆସାହି ଜାମବାଡ଼ ସାହିର ମନୋଜ କୁମାର ବେହେରା ଓ ସରିତା ବେହେରାଙ୍କ ପୁଅ ଆୟୁଷ ଅଭିନୟ, ମଡେଲିଂ, ନୃତ୍ୟ, ଚିତ୍ରାଙ୍କନ ଆଦି କରି ଆସୁଥିଲେ। ସେ ମିସନ ଡ୍ରିମସ୍ ପ୍ରତିଯୋଗିତାର ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜଣେ ମାତ୍ର ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଆସନ୍ତା ଡିସେମ୍ବରରେ କୋଲକାତାରେ ଏହାର ଫାଇନାଲ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ଜୟପୁରର ଆୟୁଷ ଏତେ ବଡ ପ୍ରତିଯୋଗୀତାର ଶୀର୍ଷ ସ୍ଥାନ ପାଇଥିବାରୁ ସେ ଏହି ପ୍ରତିଯୋଗିତାରେ ବିଜେତା ହୋଇ ଅଂଚଳର ନାଁ ରଖିବା ସହ ଗର୍ବ ଓ ଗୌରବ ବଢ଼ାଇବେ ବୋଲି ବିଭିନ୍ନ ମହଲରେ ଆଶା ପ୍ରକଟ କରାଯାଇଛି। ତାଙ୍କ ପରିବାରବର୍ଗକୁ ବି ଏ ନେଇ ବିଭିନ୍ନ ମହଲରେ ଶୁଭେଛା ଜଣାଯାଇଛି।