ରାୟଗଡ଼ା: ରାୟଗଡା ପୌରପରିଷଦର ନୂତନ ବିଜୁ ପଟ୍ଟନାୟକ ଅଡିଟୋରିୟମ ଏବଂ ଆମ ହସପିଟାଲ ମିସନ ଶକ୍ତି କେଫେକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ସାଂସଦ ଏନ ଭାସ୍କର ରାଓ, ଏସଡିସି ଅଧ୍ୟକ୍ଷା ଅନୁସୟା ମାଝି, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ତରୀ ମାଝି, ପୌର ପରିଷଦ ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାୟ ୮ କୋଟି ୫୦ ଲକ୍ଷ ଟଂକାରେ ବିଜୁ ପଟ୍ଟନାୟକ ଅଡିଟୋରିୟମ ନିର୍ମାଣ କରାଯାଇଥିବା ଜଣାପଡିଛି। ରାଜ୍ୟ ସରକାରଙ୍କର ଏକ ବଡ ଅବଦାନ ରାୟଗଡା ପ୍ରତି ବୋଲି ଅତିଥିମାନେ କହିଥିଲେ।
ସେହିପରି ଆମ ହସପିଟାଲ ମିସନ ଶକ୍ତି କେଫେକୁ ମଧ୍ୟ ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ଉଦଘାଟନ କରିଥିଲେ। ଏହି କେଫେ ନିର୍ମାଣରେ ପ୍ରାୟ ୧ କୋଟି ୧୬ ଲକ୍ଷ ଟଂକା ଖର୍ଚ୍ଚ ହୋଇଥିବା ବେଳେ ରୋଷେଇ ଘରର ସମସ୍ତ ସାମଗ୍ରୀ ବାବଦକୁ ପ୍ରାୟ ୩୦ ଲକ୍ଷ ଟଂକା ଖର୍ଚ୍ଚ ହୋଇଥିବା କୁହାଯାଇଛି। ସୁଲଭ ଦରରେ ରୋଗୀଙ୍କ ସହଯୋଗୀମାନେ ଏଠାରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ କରିପାରିବେ। ଏଥିସହ ଡରମେଟରିର ବ୍ୟବସ୍ଥା ମଧ୍ୟ ରହିଛି। ଦିନକୁ ୧୦୦ ଟଂକା ରଖାଯାଇଛି। ହସପିଟାଲରେ ଏହି ସୁବିଧା ପାଇବା ପରେ ରୋଗୀଙ୍କ ସଂପର୍କୀୟମାନେ ଖାଇବା ଏବଂ ରହିବା ପାଇଁ ଯେଉଁ କଷ୍ଟ ଭୋଗୁଥିଲେ ସେଥିରୁ ଲାଘବ ମିଳିବ ବୋଲି କୁହାଯାଇଛି।
ତେବେ ଏହି ଦୁଇଟି କେନ୍ଦ୍ର ରାଜ୍ୟ ସରକାରଙ୍କର ଏକ ବଡ ଅବଦାନ ହୋଇଥିବାରୁ ସ୍ଥାନୀୟ ଲୋକେ ମନ୍ତ୍ରୀ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ବୁଧବାର ୫ଟି ସଚିବ ଭିକେ ପାଣ୍ଡିୟାନ ରାୟଗଡା ଗସ୍ତରେ ଆସୁଥିବା ବେଳେ ଏହି ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏକ ବୈଠକରେ ଯୋଗ ଦେବେ। ଏହା ପୂର୍ବରୁ ଏହି ଅଡିଟୋରିୟମକୁ ଉଦଘାଟନ କରାଯାଇ ସମସ୍ତ ସୁବିଧା କରାଯାଉଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Rgda-Auditorum-inaguration-2.jpg)