ଏମ୍‌କେସିଜି ନାଁରେ ଜାଲ୍‌ ନିଯୁକ୍ତି ପତ୍ର, ଥାନାରେ ମାମଲା

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜରେ ଚାକିରି ପାଇଁ ଆସିଥିବା ଦୁଇଜଣ ଯୁବକ ଜାଲ୍‌ ନିଯୁକ୍ତି ପତ୍ର ସହିତ ଧରାପଡ଼ିଛନ୍ତି। ଏ ନେଇ କଲେଜ କର୍ତ୍ତୃପକ୍ଷ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କେସ୍ ନମ୍ବର ୨୯୬/୨୦ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଦୁଇଜଣ ଯୁବକ ଏମ୍‌କେସିଜି ମେଡିକାଲ କଲେଜରେ ସୁପର୍‌ଭାଇଜର୍‌ ଓ ଆଟେଣ୍ଡାଣ୍ଟ୍‌ ପଦବିରେ ଯୋଗଦାନ କରିବାକୁ ଆସିଥିଲେ। ସେମାନଙ୍କ ନିକଟକୁ ପୋଷ୍ଟ୍‌ରେ ନିଯୁକ୍ତି ପତ୍ର ଆସିଥିବା ନେଇ କହିଥିଲେ। କିନ୍ତୁ ନିଯୁକ୍ତି ପତ୍ର ଯାଞ୍ଚ ପରେ ତାହା ଜାଲ ବୋଲି ଜଣାପଡ଼ିଥିଲା। ସେ ନେଇ କଲେଜ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହି ଯୁବକମାନେ ଏମ୍‌କେସିଜି ମେଡିକାଲ ନାମରେ କେଉଁଠୁ ଜାଲ୍‌ ନିଯୁକ୍ତି ପତ୍ର ପାଇଲେ ପୁଲିସ ତା’ର ଖୋଳତାଡ଼ ଆରମ୍ଭ କରିଛି`

ସମ୍ବନ୍ଧିତ ଖବର