ଓଡିଶା ପ୍ରଭାରୀଙ୍କ ସହ ଢ଼େମସା ନୃତ୍ୟ ନାଚିଲେ ବିଧାୟକ ତାରା

ଜୟପୁର: ନବରଙ୍ଗପୁର ଜିଲ୍ଲାର ଜଟାବାଲ ଠାରେ ପିସିସି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ର୍ସ୍ବଗତ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗ ଦେବାକୁ ଏକ ସ୍ବତନ୍ତ୍ର ବିମାନରେ ଏଆଇସିସି ପକ୍ଷରୁ ଓଡିଶା ପ୍ରଭାରୀ ଏ. ଚେଲ୍ଲା କୁମାର, ଜି. ରୁଦ୍ରରାଜୁ, ବିରୋଧୀ ଦଳର ନେତା ନରସିଂହ ମିଶ୍ର, ସାଂସଦ ଇଂ. ସପ୍ତଗିରୀ ଶଙ୍କର ଉଲ୍ଲକା ଜୟପୁର ଏୟାରପୋର୍ଟକୁ ଆସିଥିଲେ। ଏମାନଙ୍କୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀରାଣୀ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡମ, ନିମାଇଁ ସରକାର ଆଦି ଭାଗ ନେଇ ଭବ୍ୟ ସ୍ବାଗତ କରିଥିଲେ।

ଏହା ପରିସରରେ ଢ଼େମସା ନୃତ୍ୟର ତାଳେ ତାଳେ ବିଧାୟକଙ୍କ ସହ ଓଡିଶା ପ୍ରଭାରୀ ମାନେ ନାଚିବା ଦେଖିବାକୁ ମିଳିଥିଲା। ଏଠାରୁ ବିଶାଳ ବାଇକ‌ ରାଲିରେ ହରଡ଼ାପୁଟ ଛକ ପର୍ଯ୍ୟନ୍ତ ଏମାନଙ୍କୁ ନିଆଯାଇଥିଲା। ସେଭଳି ବୋରିଗୁମ୍ମାରେ ବି କଂଗ୍ରେସ କର୍ମୀମାନେ ବାଇକ୍ ରାଲି କରି ସହର ପରିକ୍ରମା କରାଇଥିଲେ।

ସମ୍ବନ୍ଧିତ ଖବର