ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏକମାତ୍ର ମହିଳା ମହାବିଦ୍ୟାଳୟର ଉନ୍ନତି ପାଇଁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ୨୦ ଲକ୍ଷ ଟଂକା ସହଯୋଗ କରିଛନ୍ତି। ନିଜ ପାଣ୍ଠିରୁ ସେ ଏହି ସହଯୋଗ କରିଥିବା କହିଛନ୍ତି। ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆଦିତ୍ୟ ମାଢି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେପିର ଜିଲ୍ଲା ସାଧାରଣ ସଂପାଦକ ମାଣିକଲାଲ ଚକ୍ରବର୍ତ୍ତି, ଆଇନଜୀବୀ ଦୁର୍ଗା ତ୍ରିପାଠୀ, ସାଜୁ ସରକାର, ସଂଜୟ ଢାଲି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ମହାବିଦ୍ୟାୟରେ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରୁ ଛାତ୍ରୀମାନେ ଆସି ଅଧ୍ୟୟନ କରୁଛନ୍ତି। ଏହି ମହାବିଦ୍ୟାଳୟର ଉନ୍ନତି ପାଇଁ ଜିଲ୍ଲାର ସମସ୍ତ ବର୍ଗର ଲୋକ ସହଯୋଗ କରିଆସୁଥିବା ବେଳେ ଆଜି ବିଧାୟକ ମଧ୍ୟ ଏହି ସହଯୋଗରେ ନିଜର ପାଣ୍ଠିର ଉଚିତ ବିନିଯୋଗ କରିଛନ୍ତି ବୋଲି କୁହାଯାଇଛି।ଆଗକୁ ମଧ୍ୟ ବିଧାୟକଙ୍କ ସହଯୋଗ ଜାରି ରହିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Mkg-MLA-donate-20-lakhs-1.jpg)